କଟକ : ଜଷ୍ଟିସ ଏମ୍.ଏମ୍.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ରିୟଲ ଭିଜନ ସର୍ଭିସେସ୍ ଇଣ୍ତିଆ ଲିମିଟେଡ ସ˚ସ୍ଥାର ୫ଜଣ କ୍ଷୁଦ୍ର ଜାମାକରୀ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ନୋଟିସ ପାଇ ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସ˚ସ୍ଥାରେ ନିବେଶ କରିଥିବା ଟଙ୍କା ସ˚ପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହା ପରେ ସ˚ସ୍ଥାର ପଦାଧିକାରୀଙ୍କ ଉପସ୍ଥିତିରେ ୫ ଜଣ କ୍ଷୁଦ୍ର ଜମାକରୀଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଇଥିିଲା। ଏହି ସଂସ୍ଥା ସଂପର୍କିତ ତଦନ୍ତ ମାମଲା ନଭେମ୍ବର ୨୮ରେ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଅବଶିଷ୍ଟ କ୍ଷୁଦ୍ର ଜମାକାରୀଙ୍କୁ ସଂସ୍ଥା ପରବର୍ତ୍ତୀ ଶୁଣାଣି ସମୟରେ ଜମାଟଙ୍କା ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us