ସ୍କୁଲ ପାଚେରୀ ଗେଟ୍‌ ଭାଙ୍ଗି ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

Advertisment
ସ୍କୁଲ ପାଚେରୀ ଗେଟ୍‌ ଭାଙ୍ଗି ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସ୍କୁଲ ପାଚେରୀ ଗେଟ୍‌ ଭାଙ୍ଗିଯିବାରୁ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ଆହୁତୀ ଶବର।

ସୁଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ କେତେଜଣ ପିଲା ପରିଶ୍ରା ଯିବା ସମୟରେ ହଠାତ୍ ସ୍କୁଲର ପାଚୋରୀ ଗେଟ୍‌ ସେମାନଙ୍କ ଉପରେ ପଡିଯାଇଥିଲା। ଏଥିରେ ଆହୁତୀ ନାମକ ଜଣେ ଛାତ୍ରୀ ଗୁରୁତର ହୋଇଥିଲା। ତେଣୁ ଆହୁତୀଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ‌ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁଣପୁରରେ ଆହୁତୀଙ୍କ ମୃତ୍ୟୁ ଘଟିଥିଲା।

ଏପଟେ ବିଚିକୋଟଶଗ୍ରାମରେ ଶୋକରଛାୟା ଖେଳିଯାଇଛି। ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତା ଯୋଗୁଁ ଆଜି ଜଣେ ନିଷ୍ପାପ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ଏଥି ସହିତ ଏହି ଘଟଣାର ତଦନ୍ତ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe