ପୌର ନିର୍ବାଚନ ପାଇଁ ୫ଦିନ ମଦ ବିକ୍ରି ବନ୍ଦ, ୨୨ରୁ ୨୬ ପର୍ଯ୍ୟନ୍ତ କୌଣସି ସହରରେ ମଦ ବିକ୍ରି ହେବନି

ତାରକା ହୋଟେଲ, ରେସ୍ତୋରାଁ, କ୍ଲବ ବି ମଦ ବିକି ପାରିବେନି

ପୌର ନିର୍ବାଚନ ପାଇଁ ୫ଦିନ ମଦ ବିକ୍ରି ବନ୍ଦ, ୨୨ରୁ ୨୬ ପର୍ଯ୍ୟନ୍ତ କୌଣସି ସହରରେ ମଦ ବିକ୍ରି ହେବନି

Amar Ujala

ଭୁବନେଶ୍ବର : ଆସନ୍ତା ୨୪ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସପାଲଟି/ଏନ୍‌ଏସି ଏବଂ ୩ଟି ମହାନଗର ନିଗମରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଏହାକୁ ନଜରରେ ରଖି ଅବକାରୀ କମିସନର ରାଜ୍ୟର ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ୍‌ ଲଗାଇଛନ୍ତି।

ଅବକାରୀ କମିସନର ଆଶିଷ କୁମାର ସିଂହ ଆଜି ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ପୌର ନିର୍ବାଚନ ପାଇଁ ୨୨ତାରିଖ ଅପରାହ୍ନ ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ ନିର୍ବାଚନ ହେବାକୁ ଥିବା ସମସ୍ତ ସହରାଞ୍ଚଳକୁ ଡ୍ରାଏ ଡେ’ଘୋଷଣା କରାଯାଇଛି। ଏହି ସମୟରେ କେହି ବି ମଦ ବିକିପାରିବେନି।

ସେହିପରି ଏହି ୫ଦିନ କୌଣସି ହୋଟେଲ, ତାରକା ହୋଟେଲ, ରେସ୍ତୋରାଁ, କ୍ଲବ ଏବଂ ଅନ୍ୟ ଅନୁଷ୍ଠାନଗୁଡ଼ିକ ମଦ ବିକ୍ରି ପାଇଁ ଅନୁମତି ପାଇଥିଲେ ବି ଏହି ସମୟରେ ବିକି ପାରିବେନି। କୌଣସି ବ୍ୟକ୍ତି ନିଜ ପାଖରେ ବି ମଦ ମହଜୁଦ୍‌ ରଖିପାରିବେନି। ଏପରିକି କୌଣସି ଅଣଲାଇସେନ୍ସପ୍ରାପ୍ତ ସ୍ଥାନରେ କେହି ମଦ ମହଜୁଦ୍‌ ରଖିପାରିବେନି। ଯଦି କୌଣସି ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି ବା ମହଜୁଦ୍‌ ହୋଇଥିବା ଜଣାପଡ଼େ ତେବେ ମଦ ଜବତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରିବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ‌େପୗର ନିର୍ବାଚନ ପାଇଁ ସମସ୍ତ ସହରାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମାର୍ଚ୍ଚ ୩ରୁ ୧୩ତାରିଖ ମଧ୍ୟରେ ୧୩୬୦୫.୨ଲିଟର ମଦ, ୫ଟି ବେଆଇନ ଅସ୍ତ୍ରଶସ୍ତ୍ର, ୧୯୯୪ଗ୍ରାମ୍‌ ଡ୍ରଗ୍ସ ଜବତ ହୋଇଛି। ୨୩୧୨୬ଟି ୱାରେଣ୍ଟ ଇସ୍ୟୁ ‌େହାଇଥିବାବେଳେ ୨୮୮ଜଣଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe