ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ୫ ଜଣଙ୍କ ମୃତ୍ୟୁ

Advertisment

କିଛି ମାସ ପରେ ହୋଇଥାନ୍ତା ବାହାଘର, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

କିଛି ମାସ ପରେ ହୋଇଥାନ୍ତା ବାହାଘର, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ୫ ଜଣଙ୍କ ମୃତ୍ୟୁ

ଜଗତସିଂହପୁର ଟାଉନ୍‌: ଅବହେଳା ଯୋଗୁଁ ଆଜି ବିଦ୍ୟୁତ୍‌ ଆଘାତ ଜନିତ ୫ ଜଣଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି।

ପ୍ରଥମ ଅଘଟଣରେ ଚାଳ ଘରେ ବିଦ୍ୟୁତ୍‌ ମରାମତି କରୁଥିବା ବେଳେ ବଡ଼ଧରଣର ଅଘଟଣ ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ସମେତ ଝିଅର ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଣିତୋ ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତକମାନେ ହେଲେ ପିଣ୍ଟୁ ସ୍ୱାଇଁ (୩୨), କାମିନିବାଳା ସ୍ୱାଇଁ (୨୬) ଓ ପାପାଲି ସ୍ୱାଇଁ (୮)। ପିଣ୍ଟୁଙ୍କ ଘରେ ବିଦ୍ୟୁତ ସଂଯୋଗ ଖରାପ ଥିଲା। ସେଥି ପାଇଁ ସେ ଏହାକୁ ସଜାଡୁ ଥିଲେ। କିନ୍ତୁ ସତର୍କ ନଥିବାରୁ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ତାଙ୍କ ପତ୍ନୀ ଓ ଝିଅ ପାଖରେ ଥିଲେ। ପିଣ୍ଟୁ ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିବା ବେଳେ କାମିନି ଓ ପାପାଲିଙ୍କ ମୁଣ୍ଡକୁ କୌଣସି ବୁଦ୍ଧି ଜୁଟି ନଥିଲା। ଉଭୟ ମା’ ଓ ଝିଅ ବ୍ୟସ୍ତ ହୋଇ ପଡ଼ିଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ କାମିନୀ ମଧ୍ୟ ବିଦ୍ୟୁତ ଆଘାତ ଖାଇଥିଲେ। ବାପା-ମା’ ବିଦ୍ୟୁତ୍‌ ଆଘାତ ଖାଇ ଚିତ୍କାର କରୁଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା।

ଦ୍ୱିତୀୟ ଅଘଟଣ ଜଗତସିଂହପୁର ବ୍ଲକ ଖଇରଙ୍ଗ ପଂଚାୟତ ଚୋରମରା ଗାଁରେ ଘଟିଛି। କୃଷ୍ଣଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ତୁଷାର ସାହୁଙ୍କ ଆଜି ବିଦ୍ୟୁତ ଅଘାତରେ ମୃତ୍ୟୁ ହୋଇଛି। ତୁଷାର ଜଗତସିଂହପୁର ସେଣ୍ଟ୍ରାଲ ମାକ୍ରେଟରେ ଏକ ମୋବାଇଲ ଷ୍ଟୋର ଥିଲା। ବାପା ଓ ମା’ ଅବସରପ୍ରାପ୍ତ ସରକାରୀ ଅଧିକାରୀ। ବାପା ବିଛଣାରେ। ଆସନ୍ତା ଡିସେମ୍ବରରେ ତାଙ୍କର ବାହାଘର ହୋଇଥାନ୍ତା। ଝିଅ ଦେଖା ସରିଥିଲା। ତେବେ ଆଜି ସକାଳେ ନିଜ ଘରେ ଇଂଭୋଟରରୁ କରେଣ୍ଟ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ଜଗତସିଂହପୁର ଥାନା ତୁମ୍ବା ଅଂଡେଇ ସାହି ପଂଚାୟତ ମହୀରା ଗାଁର ଅଭୟ କୁମାର ସ୍ୱାଇଁ(୫୮)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମାଙ୍କଡ଼ ପାଇଁ ତାରବାଡ଼ରେ ବିଦ୍ୟୁତ ଦିଆଯାଇଥିଲା। ସେଥିରେ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe