ବରଗଡ଼: ୫ ଡେମୋ ବନ୍ଧୁକ ଉଭାନ; ଥାନାରେ ଥିଲା, ଏବେ ମିଳୁନି

Advertisment
ବରଗଡ଼: ୫ ଡେମୋ ବନ୍ଧୁକ ଉଭାନ; ଥାନାରେ ଥିଲା, ଏବେ ମିଳୁନି

google.com

ବରଗଡ଼ : ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୁଲିସ ଏଏସ୍‌ଆଇ ଗୁଳିକରି ହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ବରଗଡ଼ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ସ୍ଥାନୀୟ ପଞ୍ଚାୟତ କଲେଜ ଏନ୍‌ସିସି କ୍ୟାଡେଟ୍‌ଙ୍କ ତାଲିମ ପାଇଁ ଉଦ୍ଦିଷ୍ଟ ଡେମୋ ବନ୍ଧୁକଗୁଡ଼ିକ ମିଳୁନଥିବା ଜଣାପଡ଼ିଛି। ରାଇଫଲ୍‌ ଅସଲି ହେଉ କିମ୍ବା ନକଲି, ପୁଲିସ୍‌ ହେପାଜତରୁ ତାହା ଗାଏବ ହେବା ଚିନ୍ତାର କାରଣ ବୋଲି ମତ ପ୍ରକାଶ ପାଇଛି।

ପୂର୍ବରୁ କ୍ୟାଡେଟ୍‌ଙ୍କ ରାଇଫଲ୍‌ ଡ୍ରିଲ୍‌ ତାଲିମ ପାଇଁ ଅବ୍ୟବହୃତ ଥ୍ରି ନଟ୍‌ ଥ୍ରି, ପଏଣ୍ଟ ୨୨, ଏସ୍‌ଏଲ୍‌ଆର୍‌, ଏଲ୍‌ଏମ୍‌ଜି ଆଦି ବନ୍ଧୁକ ଦିଆଯାଉଥିଲା। ଏନ୍‌ସିସି ମୁଖ୍ୟାଳୟ ପକ୍ଷରୁ ଏହାକୁ ଯୋଗାଇ ଦିଆଯାଉଥିଲା। ଏବେ ଡ୍ରିଲ୍‌ ପାଇଁ ଡେମୋ ବନ୍ଧୁକ ଯୋଗାଯାଉଛି। ମାତ୍ର, ପଞ୍ଚାୟତ କଲେଜ ପାଇଁ ଉଦ୍ଦିଷ୍ଟ ୫ଟି ବନ୍ଧୁକ ଟାଉନ୍‌ ଥାନାରୁ ହଜିଯାଇଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ପ୍ରତି ରବିବାର କ୍ୟାଡେଟ୍‌ମାନେ ଟାଉନ୍‌ ଥାନାକୁ ଆସୁଥିଲେ। ରେଜିଷ୍ଟର୍‌ରେ ଦସ୍ତଖତ ପରେ ଅସ୍ତ୍ରାଗାରରୁ ସେମାନଙ୍କୁ ୫ଟି ଡେମୋ ରାଇଫଲ୍‌ ଦିଆଯାଉଥିଲା। ତାଲିମ ସରିବାପରେ କ୍ୟାଡେଟ୍‌ମାନେ ପୁଣି ଥାନାକୁ ଆସି ରାଇଫଲ୍‌ ଫେରାଉଥିଲେ। ଅସ୍ତ୍ରାଗାରରେ ତାକୁ ରଖିବାପରେ ସେଠାରେ ନିୟୋଜିତ ପୁଲିସ୍‌ କର୍ମଚାରୀ ପୁଣି ଦସ୍ତଖତ ନେଉଥିଲେ। ଏଭଳି ପ୍ରକ୍ରିୟାରେ ହିଁ ରାଇଫଲ୍‌ ଦିଆଯାଉଥିଲା। କିନ୍ତୁ, ଟାଉନ୍‌ ଥାନା ନୂଆ କୋଠାକୁ ସ୍ଥାନାନ୍ତର ବେଳେ ସବୁ ଗଡ଼ବଡ଼ ହୋଇଯାଇଛି। ଏସବୁ ଭିତରେ ଡେମୋ ରାଇଫଲ୍‌ଗୁଡ଼ିକ ଆଉ ମିଳୁନାହିଁ।

କିଛିଦିନ ପୂର୍ବରୁ ଏହିଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିବା ବେଳେ ଏହାକୁ ଚାପିଦେବା ପାଇଁ ଉଦ୍ୟମ କରାଯାଉଥିବା କ୍ୟାଡେଟ୍‌ମାନେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗ କରିଛନ୍ତି। ଏନ୍‌ସିସି କମାଣ୍ଡିଂ ଅଫିସର୍‌ ବାରମ୍ବାର ଚିଠି ଲେଖି ତାଗିଦ୍‌ କରିବା ପରେ ମଧ୍ୟ ରାଇଫଲ୍‌ଗୁଡ଼ିକୁ ଉଦ୍ଧାର ପାଇଁ କିଛି ପଦକ୍ଷେପ ହେଉନଥିବା କ୍ୟାଡେଟ୍‌ମାନେ ଅଭିଯୋଗ କରିଛନ୍ତି।

ତେବେ, ଏହି ଘଟଣାକୁ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ରାଇଫଲ୍‌ ନମିଳିବା ସଂପର୍କରେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଏପରିକି ଏନ୍‌ସିସି ଅଧିକାରୀମାନେ ଯାଇ ଥାନାରେ ଖୋଜାଖୋଜି ବି କରିଥିଲେ। କିନ୍ତୁ ରାଇଫଲ୍‌ ମିଳିନଥିବା ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe