Bignews English
ଭୁବନେଶ୍ୱର: ରଂଗର ପର୍ବ ଖୁସିର ସହିତ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଏହା କିଛି ପରିବାର ମାନଙ୍କ ପାଇଁ ଦୁଃଖ ଆଣିଛି। ରାଜ୍ୟର ବିଭିନ୍ନ ଅଂଚଳରେ ହୋଲି ଖେଳ ପରେ ଗୋଧୋଇବାକୁ ଯାଇ ପାଣିରେ ୬ ଜଣଙ୍କ ମୃତ୍ୟୁ ଘଟିଛି।
ରିପୋର୍ଟ ଅନୁସାରେ କଟକ ଜିଲ୍ଳାର ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ କେନାଲରେ ବୁଡ଼ି ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ହୋଲି ଖେଳ ସାରି ଚନ୍ଦ୍ରଶେଖରପୁର ଅଂଚଳର ୩ ଜଣ ଯୁବକ ପୁରୀ କେନାଲକୁ ଯାଇଥିଲେ। ଗାଧୋଇବା ସମୟରେ ଜଣେ ବ୍ୟକ୍ତି ବୁଡ଼ି ଯାଇଥିଲେ। ଅନ୍ୟ ସାଥୀ ଦ୍ୱୟ ବହୁ ଖୋଜା ଖୋଜି ପରେ ମଧ୍ୟ ଯୁବକଙ୍କ କୌଣସି ସନ୍ଧାନ ମିଳି ନଥିଲା। ପରେ ଅଗ୍ନିଶମ ବିଭାଗର ଆଗ୍ନିକମାନେ ପହଂଚି କୋନଲରୁ ମୃତଦେହ ଉଦ୍ଧାର କରିଛନ୍ତି। ବାରଙ୍ଗ ଅଗ୍ନିଶମ ବିଭାଗ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।
ସେହିପରି ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀ ଜୟପୁର ଘାଟରେ ଜଣେ ଯୁବକ ବୁଡ଼ି ଯାଇଛନ୍ତି। ଲହୁଣୀପଡ଼ା ଥାନା ଅନ୍ତର୍ଗତ ଠିଆବେରଣା ଗାଁରେ ୭ ବର୍ଷର ବାଳକଙ୍କର ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଜିଲ୍ଲାର ବେଲଗାଁ ନିକଟ ତେଲ ନଦୀକୁ ଗାଧୋଇ ଯାଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। କଟକ ଗୋପାଳପୁର କାଠଯୋଡି ନଦୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଂଜ ଜିଲ୍ଲାର ସୀତାକୁଣ୍ଡରେ ଖସିପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି।
Follow Us