image credit : india tv news
ଦଶରଥପୁର/ ବ୍ରହ୍ମବରଦା/ଚମ୍ପୁଆ : ଯାଜପୁର ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ପାଣିରେ ବୁଡ଼ି ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମା’ଝିଅ ଓ ଦୁଇ ଭାଇ ରହିଛନ୍ତି।
ସୂଚନା ଅନୁସରାରେ, ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ଛେନାଖିଆପାଟଣାର ଜଣେ ୨୨ବର୍ଷୀୟ ଯୁବକଙ୍କ ବ୍ରାହ୍ମଣୀ ନଦୀରେ ବୁଡ଼ି ମୃତ୍ୟୁ ଘଟିଛି। ମଙ୍ଗଳପୁର ଥାନା ଅନ୍ତର୍ଗତ ଥାଲକୁଡ଼ି ପଞ୍ଚାୟତ ଦକ୍ଷିଣବନ୍ଧ ଗ୍ରାମର ମା' ଝିଅଙ୍କ ପୋଖରୀ ବୁଡ଼ି ମୃତ୍ୟୁ ଘଟିଛି। ଦୁହେଁ ହେଲେ, ସୁଧାଂଶୁ ଶେଖର ମହାନ୍ତିଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି ମହାନ୍ତି (୩୪) ଓ ତାଙ୍କ ଝିଅ ଲେଖାଶ୍ରୀ (୧୪) । ସେହିଭଳି, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନ୍ଏସିର ୪ ନମ୍ବର ୱାର୍ଡରେ ପୋଖରୀରେ ବୁଡ଼ି ଦୁଇଭାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ଅଲ୍ଲୀନଗରର ମହମ୍ମଦ ଅଫଜଲ୍ ହୁସେନ (୧୨) ଓ ତାଙ୍କ ଦାଦାପୁଅ ଭାଇ ଇମ୍ରାନ ହୁସେନ୍ (୧୦)।
Follow Us