ଭଦ୍ରକରେ ୫ ନକଲି ଶିକ୍ଷକ ବହିଷ୍କୃତ, କାର୍ଯ୍ୟାନୁଷ୍ଠାନ ଭୟରେ ସ୍କୁଲ ହତା ମାଡ଼ୁନାହାନ୍ତି ୧୭ ଶିକ୍ଷକ

Advertisment
୨୦୦ ଶିକ୍ଷକ ନିଖୋଜ, ଧରାଛୁଆଁ ଦେଉନାହାନ୍ତି କି ସ୍କୁଲ ଆସୁନାହାନ୍ତି

The Siasat Daily

ଭଦ୍ରକ : ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଭଦ୍ରକ ଜିଲ୍ଲାରେ ମଧ୍ୟ ୫ ଜଣ ଶିକ୍ଷକ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଅନ୍ୟପକ୍ଷରେ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୧୭ ଜଣ ଶିକ୍ଷକ କାର୍ଯ୍ୟାନୁଷ୍ଠାନ ଭୟରେ ଆଉ ବିଦ୍ୟାଳୟ ସୀମା ମାଡ଼ୁନାହାନ୍ତି।

ଜିଲ୍ଲାରେ ନକଲି ଶିକ୍ଷକ ଚିହ୍ନଟ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ବନ୍ତ ବ୍ଲକ୍‌ ଆ‌ପିତିରା ୟୁଜିଏମ୍‌ଇ ସ୍କୁଲ୍‌ର ବିଶ୍ବନାଥ ସେଠୀ ସିଟି ପରୀକ୍ଷାରେ ଫେଲ୍‌ ହୋଇଥିବା ବେଳେ ନିଯୁକ୍ତି ସମୟରେ ପାସ୍‌ ପ୍ରମାଣପତ୍ର ଦାଖଲ କରିଥିଲେ। ସେହି ବ୍ଲକ୍‌ ଅନ୍ତର୍ଗତ ରାଉତରାପୁର ପ୍ରାଥମିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ଅନିତା ସେଠୀ ସାଧାରଣବର୍ଗର ହୋଇଥିବା ବେଳେ ନିଯୁକ୍ତି ସମୟରେ ଅନୁସୂଚିତ ଜାତି ପ୍ରମାଣପତ୍ର ଦେଇଥିଲେ। ସେହିପରି ଧାମନଗର ବ୍ଲକ୍‌ ବମକୋରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମଲ୍ଲିକ ନିଯୁକ୍ତି ସମୟରେ ଯୁକ୍ତ ଦୁଇ ପରୀକ୍ଷାର ଜାଲ୍‌ ମାର୍କସିଟ୍‌, ପ୍ରମାଣପତ୍ର ଦାଖଲ କରିଥିଲେ। ବାସୁଦେବପୁର ବ୍ଲକ୍‌ ଏବି ହାଇସ୍କୁଲ୍‌ର ଶିକ୍ଷୟିତ୍ରୀ ସୁଜାତାମଣି ପୁହାଣ ନିଯୁକ୍ତି ସମୟରେ ଏକାସାଙ୍ଗରେ ଯୁକ୍ତ ଦୁଇ ଓ ଧନ୍ଦାମୂଳକ ପ୍ରମାଣପତ୍ର ଦାଖଲ କରିଥିବାବେଳେ ଭଦ୍ରକ ସାବରଙ୍ଗ ଏନ୍‌ଡି ଏମ୍‌ଇ ସ୍କୁଲ୍‌ର ଶିକ୍ଷୟିତ୍ରୀ ପ୍ରେମଶିଳା ଭୂୟାଁ ନିଯୁକ୍ତି ସମୟରେ ସାଧାରଣବର୍ଗ ବଦଳରେ ଅନୁସୂଚିତ ଜାତି ପ୍ରମାଣପତ୍ର ଦାଖଲ କରିଥିଲେ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ନକଲି ଶିକ୍ଷକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe