ଭୂତ ଭୟରେ ଗାଁ’ ଛାଡ଼ିଲେ ୫ ପରିବାର

ଭୂତ ଭୟରେ ଗାଁ’ ଛାଡ଼ିଲେ ୫ ପରିବାର

one flying ghost

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ଦର୍ପନାରାୟଣପୁର ପଞ୍ଚାୟତ ଅଧୀନ ଗୁଣ୍ତୁରାବାରି ଗାଁ’ରେ ଭୂତ ଭୟରେ ୫ଟି ପରିବାର ଗାଁ’ ଛାଡ଼ିଥିବା ଅଭିଯୋଗ ହୋଇଛି। ଖବର ନେବାରେ ଜଣାଯାଇଛି ଯେ ରଣପୁର ବ୍ଲକ୍‌ ସୁନାଖଳା-ଦର୍ପନାରାୟଣପୁର ରାସ୍ତାରେ ଥିବା ଗୁଣ୍ତୁରାବାରି ଗାଁ’ରେ ଦୀର୍ଘ ବର୍ଷ ଧରି ୫ଟି ହରିଜନ ପରିବାର ରହି ଆସୁଥିଲେ। ତେବେ ବିବାହର କିଛି ମାସ ପରେ ଏଠିକାର ପୁରୁଷମାନେ ରକ୍ତ ବାନ୍ତି କରି ମୃତ୍ୟୁମୁଖରେ ପଡ଼ୁଥିବା ଦେଖାଯାଇଥିଲା। ଫଳରେ ଗାଁରେ ଭୂତ ଥିବା ଆଶଙ୍କା କରି ଏବେ ଗାଁର ଛବି ନାୟକ, ଗଦାଧର ନାୟକ, ଶରତ ନାୟକଙ୍କ ପରିବାର ଲୋକେ ନିଜ ଘରର କବଟା, ଝରକା ତାଡ଼ି ଜିନିଷପତ୍ର ବୋହି ନେଇ ଗାଁ’ ଛାଡ଼ିଥିବା ଜଣାଯାଇଛି।

ଆଧୁନିକ ସଭ୍ୟତାରେ ଭୂତ ପ୍ରେତ ଭଳି ଅନ୍ଧବିଶ୍ବାସଠାରୁ ଦୂରେଇ ରହିବା ପାଇଁ ଅଞ୍ଚଳର ବରିଷ୍ଠ ନାଗରିକମାନେ ବୁଝାଇଥିଲେ ମଧ୍ୟ ସଂପୃକ୍ତ ପରିବାର ଲୋକେ କିଛି ବୁଝିବାକୁ ନାରାଜ। ଅପରପକ୍ଷେ ଉକ୍ତ ପରିବାର ସଦସ୍ୟ ଜଣେ ଗୁଣିଆଙ୍କୁ ଏ ସଂପର୍କରେ ପଚାରିବାରୁ ଗାଁ’ରେ କେହି ପୁରୁଷ ରହିବେନି ବୋଲି ସେ କହିଥିଲେ। ଏଥିପାଇଁ ସେମାନେ ଗାଁ’ ଛାଡ଼ି ପଳାଇଗଲେ ବୋଲି ସରପଞ୍ଚ ଧ୍ରୁବଚରଣ ପ୍ରଧାନ କହିଛନ୍ତି। ଏପରିକି ଗୁଣ୍ତରାବାରି ହରିଜନ ପରିବାରର କହିବାନୁଯାୟୀ ବିବାହର କିଛି ମାସ ମଧ୍ୟରେ ବିବାହିତ ଯୁବକଙ୍କ ମୃତ୍ୟୁ ହେଉଥିବା ବେଳେ ପରିବାର ସେମାନଙ୍କ ମଧ୍ୟରେ ଭୟ ସଂଚାର ହେବାରୁ ଏଭଳି କରିଥାଇପାରନ୍ତି ବୋଲି ସରପଞ୍ଚ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe