ପୁଷ୍ପା-୨ ସୁଟିଂରେ କୋରାପୁଟର ୫ଟି ଲୋକନୃତ୍ୟ ଦଳ କଲେ ଅଂଶଗ୍ରହଣ

Advertisment
ପୁଷ୍ପା-୨ ସୁଟିଂରେ କୋରାପୁଟର ୫ଟି ଲୋକନୃତ୍ୟ ଦଳ କଲେ ଅଂଶଗ୍ରହଣ

କୋରାପୁଟ: ତେଲୁଗୁ ଅଭିନେତା ଆଲ୍ଲୁ ଅର୍ଜୁନ ଅଭିନୀତ ପୁଷ୍ପା-୧ ବହୁଭାଷୀକ ପାନରାମା ଚଳଚ୍ଚିତ୍ର ବିଶ୍ବସ୍ତରରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି। ଏବେ ଏହାର ସିକ୍ୟୁଲ୍ ପୁଷ୍ପା-୨ର ସୁଟିଂ ଦକ୍ଷିଣ ଭାରତର ସୁନାମଧନ୍ୟ ନିର୍ଦ୍ଦେଶକ ସୁକୁମାରଙ୍କ ନିର୍ଦ୍ଦେଶନାରେ ଶେଷ ପର୍ଯ୍ୟାୟରେ ଚାଳିଛି। ଏହି ଚଳଚ୍ଚିତ୍ରରେ କୋରାପୁଟ ଓ ମାଲକାନଗିରୀ ଜିଲ୍ଲାର ୫ଟି ଲୋକନୃତ୍ୟକୁ ସାମିଲ କରାଯାଇଥିବା ସୂଚନା ମିଳିଛି। ଏଥିରେ ପରଜା ରିଂଜୋଡି, ଦୁରୁଆ, କନ୍ଧ ଢ଼େମସା, ବଣ୍ଡା, କୋୟା ସଂପ୍ରଦାୟର ଲୋକନୃତ୍ୟ ଦଳକୁ ଏହି ଚଳଚ୍ଚିତ୍ରରେ ସାମିଲ କରାଯାଇଛି।

ଏକ ସାମାଜିକ ଗଣମାଧ୍ୟମରେ ଫଟୋ ଚିତ୍ର ଆସିବା ଏବଂ ଭାଇରାଲ ହୋଇଥିଲା। ତେବେ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଏହି ନୃତ୍ୟ ଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ନ ଆଣିବାକୁ ନୃତ୍ୟଦଳର କଳାକାରଙ୍କୁ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଥିବା କଳାକାର ମାନେ କହିଛନ୍ତି। ଏହି ଦଳ ଗୁଡିକୁ ନେଇ ହାଇଦ୍ରାବାଦର ରାମୋଜୀ ଫିଲ୍ମସିଟିରେ ଗ୍ରାମୀଣ ପରିବେଶ ସୃଷ୍ଟି କରି ନୃତ୍ୟର ସୁଟିଂ ଚାଳିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe