ମାଫିଆଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ

Advertisment

ଛଡ଼ାଇ ନେଲେ ଚୋରାପଥର ଗାଡ଼ି, ଅଟକ କର୍ମଚାରୀଙ୍କୁ ଉଦ୍ଧାର କଲା ପୁଲିସ୍

ଛଡ଼ାଇ ନେଲେ ଚୋରାପଥର ଗାଡ଼ି, ଅଟକ କର୍ମଚାରୀଙ୍କୁ ଉଦ୍ଧାର କଲା ପୁଲିସ୍

ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ସୁକିନ୍ଦା : ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ବ୍ୟାପକ ଲୁଟ୍ ଚାଲିଛି। ଏହାକୁ ବିରୋଧ କରୁଥିବା କ୍ଷେତ୍ର କର୍ମଚାରୀମାନଙ୍କୁ ମାଫିଆମାନେ ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣା ବଢ଼ିବାରେ ଲାଗିଛି। ଆଜି ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଗ୍ରାମ ନିକଟରେ ପଥର ମାଫିଆମାନେ ସଂଘବଦ୍ଧ ହୋଇ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଚୋରା ପଥର ବୋଝେଇ ଟ୍ରାକ୍ଟର ଛଡ଼ାଇ ନେଇଛନ୍ତି। ମାଫିଆଙ୍କ ଆକ୍ରମଣରେ ୫ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଅଟକ କର୍ମଚାରୀଙ୍କୁ ପୁଲିସ ଉଦ୍ଧାର କରିଛି।

ସୁକିନ୍ଦା ଥାନା ଖରଡ଼ିସ୍ଥିତ ପାହାଡ଼ରୁ ମାଫିଆମାନେ ବେଆଇନ୍ ଭାବେ ଟ୍ରାକ୍ଟରରେ କଳାପଥର ଚୋରାଚାଲାଣ କରୁଥିଲେ। ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବନ କର୍ମଚାରୀ ବିମଳ ବାର୍ଲାଙ୍କ ନେତୃତ୍ବରେ ନବ କୁମାର ବେହେରା ସଦଳବଳ ଚଢ଼ଉ କରିଥିଲେ। କଳାପଥର ବୋଝେଇ ଗାଡ଼ିକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣୁଥିଲେ। ଆମ୍ପୋଳବା ଗ୍ରାମ ନିକଟରେ ମାଫିଆମାନେ ବନ ବିଭାଗର ଗାଡ଼ି ସହିତ କଳାପଥର ବୋଝେଇ ଟ୍ରାକ୍ଟରକୁ ଅଟକାଇ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe