ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବା ପରେ ଶୁକ୍ରବାର ପୁଣି ୫ଟି ସ୍ଲୁଇସ୍ ଗେଟ୍ ବନ୍ଦ କରି ଦିଆଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୦.୦୬ ଫୁଟ୍ ଥିବା ବେଳେ ୫ଟି ଗେଟ୍ ଦେଇ ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା। ଜଳଭଣ୍ଡାରକୁ ୯୦,୦୬୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୪,୫୫ ମିମି ଓ ତଳମୁଣ୍ଡରେ ୧.୨୪ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଜଳ ପ୍ରବେଶ ମାତ୍ରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୁଣି ଗେଟ୍ ବନ୍ଦ କରାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଗତ ୨୪ ଜୁଲାଇ ଦିନ ଜଳସ୍ତର ୬୧୮ ଫୁଟ୍କୁ ପହଂଚିବା ପରେ ଚଳିତ ବର୍ଷ ପ୍ରଥମ ଥର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା।
ହୀରାକୁଦର ୫ଟି ଗେଟ୍ ଖୋଲା
Advertisment
Follow Us