କଲମାର ୫ ଗେଟ୍‌ ବନ୍ଦ ହେଲା

କଲମାର ୫ ଗେଟ୍‌ ବନ୍ଦ ହେଲା

Rithwik Projects Pvt. Ltd

ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ପୂର୍ବରୁ ଛତିଶଗଡ଼ର ବ୍ୟାରେଜଗୁଡ଼ିକର ଜଳସ୍ତର ନିୟନ୍ତ୍ରଣ ପାଇଁ ୩ ଦିନ ତଳେ କଲମା ବ୍ୟାରେଜ୍‌ରୁ ଅତର୍କିତ ଭାବେ ଜଳ ନିଷ୍କାସନ କରିଥିଲେ ଛତିଶଗଡ଼ ସରକାର। ପ୍ରଥମ ଦିନରେ ୧୭ଟି ଗେଟ୍‌ ଓ ଦ୍ବିତୀୟ ଦିନରେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିଲା। ତେବେ ଆଜି ଛତିଶଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ଫଳରେ ଗୁରୁବାର ସନ୍ଧ୍ୟା ସୁଦ୍ଧା କଲମା ବ୍ୟାରେଜରୁ ମୋଟ ୧୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛନ୍ତି। ସେପଟେ ଗୁରୁବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ମୋଟ ୧୮୩୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe