୫ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

Advertisment
୫ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ସୁନ୍ଦରଗଡ଼: ପୁଲିସ ଧରପଗଡ଼ ସତ୍ତ୍ବେ ସୁନ୍ଦରଗଡ଼ ସହରରେ ଧଳା ଜହର ଭାବେ ପରିଚିତ ବ୍ରାଉନସୁଗରର ବେପାର ଚିନ୍ତାଜନକ ଭାବେ ବଢ଼ି ଚାଲିଛି। ଏହିକ୍ରମରେ ବୁଧବାର ସକାଳ ସାଢ଼େ ୭ଟାରେ ଟାଉନଥାନା ପୁଲିସ ଚଢ଼ଉ କରି ବାଏପାସରୁ ୨ ବ୍ରାଉନସୁଗର ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୫ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ରଙ୍ଗାଢିପାର ଦେବଦତ୍ତ ମହାନ୍ତି (୩୩) ଓ ଲୁହୁରାଢିପାର ପିଙ୍କୁ ଓରାମ (୩୨)।

ସୂଚନା ଅନୁସାରେ, ବୁଧବାର ସକାଳୁ ଆଦର୍ଶନଗର ବାଏପାସ ଦେଇ ବ୍ରାଉନସୁଗର ଆସୁଥିବା ନେଇ ଟାଉନଥାନା ଅଧିକାରୀ ଆଦିତ୍ୟ ମହାକୁର ସୂଚନା ପାଇଥିଲେ। ଏହା ପରେ ଏସଆଇ ଅନିଲ ସାମଲଙ୍କ ନେତୃତ୍ବରେ ପୁଲିସ ଟିମ୍ ଆଦର୍ଶନଗର ବାଏପାସକୁ ଯାଇ ୨ ଜଣ ସନ୍ଦିଗ୍ଧଙ୍କୁ ଧରିଥିଲା। ମାଜିଷ୍ଟ୍ରେଙ୍କ ଉପସ୍ଥିତିରେ ଯାଞ୍ଚ କରିବା ପରେ ସେମାନେ ବ୍ରାଉନସୁଗର ନେଇ ଯାଉଥିବା ଜଣାପଡ଼ିଥିଲା। ପୁଲିସ ୫.୩୦ ଗ୍ରାମ ବ୍ରାଉନସୁଗର ସହ ୨ଟି ମୋବାଇଲ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe