ଘାଟିରୁ ଖସିଲା ଭ୍ୟାନ୍, ୫ ଗୁରୁତର

Advertisment
ଘାଟିରୁ ଖସିଲା ଭ୍ୟାନ୍, ୫ ଗୁରୁତର

ଘୁ.ଉଦୟଗିରି/ଭଞ୍ଜନଗର : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଶନିବାର ଭୋର୍‌ରେ ଏକ ପିକ୍‌ଅପ୍ ଭ୍ୟାନ୍ ୨୫ ଫୁଟ ତଳ ଗାତକୁ ଖସି ପଡ଼ିବାରୁ ଚାଳକଙ୍କ ସମେତ ପାଞ୍ଚଜଣ ଗୁରୁତର ହୋଇଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବାରୁଡ଼ା ଗ୍ରାମର କିଛି ଲୋକ ବାଲିଗୁଡ଼ାର ଏକ ବାହାଘର ଭୋଜିରେ ଯୋଗଦେଇ ଗତକାଲି ରାତିରେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି୦୨-ଏଟି୬୫୧୧)ରେ ଘରକୁ ଫେରୁଥିଲେ। ଆଜି ଭୋର୍ ୪ଟାରେ ଭ୍ୟାନ୍‌ଟି କଳିଙ୍ଗା ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବାମପଟରେ ଥିବା ୨୫ ଫୁଟ୍‌ ଗାତ ତଳକୁ ଖସିପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe