ଭାଲୁ ଆକ୍ରମଣରେ ୨ଦିନରେ ୫ଜଣ ଗୁରୁତର

Advertisment
ଜୀବନ ବଞ୍ଚାଇବାକୁ ଗଛରେ ଚଢ଼ିଥିଲେ, ଟାଣି ଆଣିଲେ: ଯୁବକଙ୍କୁ ବିଦାରି ପକାଇଲେ ୩ ଭାଲୁ

patrika

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ସେକ୍ସନରେ ଭାଲୁ ଆକ୍ରମଣରେ ଦୁଇଦିନ ମଧ୍ୟରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ କାଳିଆହତା ଓ ତେଲକୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣର ଶିକାର ବ୍ୟକ୍ତିମାନେ ହେଲେ ବେଣାମୁଣ୍ଡା କୁମ୍ଭାରସାହିର ଶୁକଦେବ ବେହେରାଙ୍କ ପୁଅ ଯତୀନ୍ଦ୍ର ବେହେରା(୪୫), ମାଟିଆମୁଣ୍ଡା ସାହିର ଭୀମ ହେମ୍ବ୍ରମଙ୍କ ପୁଅ ଘନ ହେମ୍ବ୍ରମ(୩୫), ବାଲିସାହିର କୁଞ୍ଜ ମୁଣ୍ଡାଙ୍କ ପୁଅ ଲକ୍ ମୁଣ୍ଡା(୩୨), ତିଗିରିଆ ଗ୍ରାମର ମଧୁ ମୁଣ୍ଡାଙ୍କ ପୁଅ ଜାଇରା ମୁଣ୍ଡା(୨୫) ଓ ସାରୁପାଟ ଗ୍ରାମର ସ୍ବର୍ଗତ ରଘୁ ମହାରଣାଙ୍କ ପୁଅ ସୁରେଶ ମହାରଣା(୫୩)।

ସ୍ଥାନୀୟ ଅଞ୍ଚଳରେ ଏବେ ମକା ଫସଲ ଅମଳ ସମୟ ଥିବାରୁ ମକା ଖାଇବାକୁ ଭାଲୁଗୁଡିକ ନିକଟସ୍ଥ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଗାଁକୁ ପଶି ଆସୁଛନ୍ତି। ଗତବର୍ଷ ମଧ୍ୟ ଏହି ସମୟରେ ଭାଲୁ ଆକ୍ରମଣରେ ଅନେକ ଆହତ ହୋଇଥିଲେ। ଏହି ଦଳରେ ମା ଛୁଆ ୪ଟି ଭାଲୁ ରହିଥିବା ଜଣାପଡିଛି। ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କାଳିଆହତା ବନପାଳ ଯଦୁମଣି ରଣା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe