ଭାଲୁ ଆକ୍ରମଣରେ ୫ ଆହତ

Advertisment
ସହରାଭିମୁଖି ଜଙ୍ଗଲୀ ଭାଲୁ, ବନ ବିଭାଗର ଜଙ୍ଗଲ ସୁରକ୍ଷା ନେଇ ପ୍ରଶ୍ନବାଚୀ

Photo by : blogspot.com

କୁଆମରା/ଉଦଳା : ଗୋପବନ୍ଧୁନଗର ବ୍ଲକ ପୁରୁଣାବାରିପଦା ପଞ୍ଚାୟତର ଚତୁରୀ ଓ ମାଙ୍କଡ଼କେନ୍ଦା ଗ୍ରାମରେ ଭାଲୁ ଆକ୍ରମଣରେ ଆଜି ୫ ଜଣ ଗୁରୁତର ହୋଇଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଚତୁରୀ ଗାଁର ଅନୀଲ ଦାସଙ୍କ ବାଡ଼ିରେ ଏକ ଭାଲୁ ପଶିଥିଲା। ଲୋକେ ତାକୁ ଗୋଡ଼ାଇବାରୁ ଅନ୍ୟଏକ ବାଡ଼ିରେ ପଶିଯାଇଥିଲା। ସେଠାରେ ଗାଧୋଉଥିବା ବୈଦ୍ୟନାଥ ଦତ୍ତ (୬୫)ଙ୍କୁ ଭାଲୁଟି କାମୁଡ଼ି ପକାଇଥିଲା। ଲୋକେ ଗୋଡ଼ାଉଥିବାରୁ ଭାଲୁ ଯାଇ ମାଙ୍କଡ଼କେନ୍ଦା ଗାଁରେ ପଶିଥିଲା। ମୁହାଁମୁହିଁ ହାବୁଡ଼ିବାରୁ ସେହି ଗାଁର କୁରୁଚୁ ସିଂ (୪୩), ଦୀପାଞ୍ଜଳି ସିଂ (୧୪), ଗୀତାଞ୍ଜଳି ସିଂ (୧୩), କ୍ଷେତ୍ରମୋହନ ସିଂ (୩୬)ଙ୍କୁ ରାମ୍ପୁଡ଼ି କାମୁଡ଼ି ଆହତ କରିଥିଲା।

କୁରୁଚୁଙ୍କର ବାମହାତଟି ଭାଙ୍ଗିଯାଇଛି। ବୈଦ୍ୟନାଥଙ୍କୁ କୁଆମରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଲୋକମାନେ ନିଅାଁହୁଳା ଧରି ଗୋଡ଼ାଇବାରୁ ଭାଲୁଟି ଆଇଟିଆ ରାସ୍ତା ଦେଇ କୁଆମରା ଜଙ୍ଗଲ ଦେଇ ପଟୁଆ-ସିକିଡ଼ିଆ ଜଙ୍ଗଲକୁ ପଶିଯାଇଥିଲା। ପରେ ବନ କର୍ମଚାରୀମାନେ ଖୋଜାଖୋଜି କରିଥିଲେ ହେଁ ଭାଲୁକୁ ପାଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe