ପୋଲିଂ ପାର୍ଟି ଗାଡ଼ିକୁ ପିଟିଲା ଟ୍ରକ୍‌, ୫ ଆହତ

Advertisment
ପୋଲିଂ ପାର୍ଟି ଗାଡ଼ିକୁ ପିଟିଲା ଟ୍ରକ୍‌, ୫ ଆହତ

ଅତାବିରା : ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ପଂଚାତୟ ନିର୍ବାଚନ ପାଇଁ ପୋଲିଂ ପାର୍ଟିଙ୍କୁ ନେଇ ଫେରୁଥିବା ଗାଡ଼ିକୁ ପଛ ପଟରୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୫ ଜଣ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁସାରେ ଅତାବିରା ବ୍ଳକ ଲରମ୍ଭା ବୁଥ ନଂ. ୯ରୁ ଭୋଟ ଗ୍ରହଣ ସରିବା ପରେ ପୋଲିଂ ପାର୍ଟି ବାଲାଟ ବାକ୍ସ ଆଣି ଅତାବିରା କଲେଜରେ ଜମା ଦେଇଥିଲେ। ପରେ ସେମାନେ ଭେଡ଼େନ ଅଭିମୁଖେ ଏହି ଟ୍ରେକର (ଓଆର୍‌ଆର୍‌-୩୬୪୨)ରେ ବାହାରିଥିଲେ। ମାତ୍ର କଲେଜ ସାମ୍ନାରେ ହିଁ ଟ୍ରେକର୍‌କୁ ପଛ ପଟରୁ ଏକ ଟ୍ରକ୍ (ଓଡି ୧୯ଏନ୍-୧୫୯୯) ଧକ୍କା ଦେଇଥିଲା। ଧକ୍କା ପରେ ଗାଡ଼ିଟି ଆଗକୁ ମାଡ଼ିଯିବା ବେଳେ ଏନ୍‌ଏଚ୍‌ ଉପରେ ଥିବା ଏକ କଂକ୍ରିଟ୍‌ ପିଲର୍‌ରେ ମାଡ଼ ହୋଇଥାନ୍ତା। ମାତ୍ର ଚାଳକ ଏଥିରୁ ବର୍ତ୍ତିବାକୁ ଯାଇ ବାମ ପଟକୁ କାଟିଦେବାରୁ ଗାଡ଼ିଟି ରାସ୍ତା ତଳକୁ ଚାଲି ଯାଇଥିଲା। ଫଳରେ ଗାଡ଼ିରେ ଥିବା ପ୍ରିଜାଇଡିଂ ଅଫିସର ସୁରେଶ ଚନ୍ଦ୍ର ପଟେଲ, ଦୟାନିଧି ବେହେରା, ‌ରୁଦ୍ରମାଧବ ବୈଠାରୁ, ସୁରକ୍ଷା କର୍ମୀ ବୀଣା ସିଂହ, ଡ୍ରାଇଭର ସଂଜୟ ଚୌଧୁରୀ ପ୍ରମୁଖ ଆହତ ହୋଇଥିଲେ।

ଏହି ସମୟରେ କଲେଜରେ ସମ୍ମୁଖରେ ଶହ ଶହ ସଂଖ୍ୟାରେ ପୋଲିଂ ପାର୍ଟି ଥିଲେ ହେଁ କେହି ଆସି ନଥିଲେ। ଦୁର୍ଘଟଣା ସ୍ଥଳ ନିକଟରେ ଥିବା ସୁଦୀପ ଅଗ୍ରୱାଲ ଆସି ଅନ୍ୟମାନଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅତାବିରା ଡାକ୍ତରଖାନାକୁ ନେଇଥିଲେ। ବୀଣାଙ୍କ ଅଣ୍ଟା, ସୁରେଶଙ୍କ ଗୋଡ଼ ଓ ଦୟାନିଧିଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିବାରୁ ସେମାନଙ୍କୁ ବୁର୍ଲା ମେଡିକାଲ୍‌ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe