ତିହିଡ଼ିି : ତିହଡ଼ି ଥାନା ଅନ୍ତର୍ଗତ କୋହ୍ଲ ଓ ଫତେପୁର ଛକ ନିକଟରେ ଦିନ ୧୧ଟା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ମ୍ୟାଜିକ୍ରେ ଥିବା ନନ୍ଦପୁର ଅଞ୍ଚଳର ତୈରୁନ ବିବି(୨୫), ହାଲିମା ବିବି(୫୦), ବାଇକ୍ ଆରୋହୀ ଭଦ୍ରକ ହଳଦୀଡିହ ବାଇପାସ ଅଞ୍ଚଳର ସେକ୍ ମଇରାଜ(୨୫), ସେକ୍ ରିକିବ୍(୨୫), ସେକ୍ ରୋସେନ(୨୨)। ସେମାନଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଭଦ୍ରକ ଆଡୁ ଆସୁଥିବା ଏକ ଟାଟା ମ୍ୟାଜିକ୍ ନଂ ଓଆର ୨୨ ଏଫ୍ ୩୭୪୫ ସହ ଚାନ୍ଦବାଲି ଆଡୁ ଆସୁଥିବା ଏକ ସିଡି ଡିଲକ୍ସ ବାଇକ ନଂ ଓଡି ୨୨ ଜି ୯୯୨୦ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବାଇକ୍ ଆରୋହୀଙ୍କ ସମେତ ଅନ୍ୟ ୨ ଜଣ ମ୍ୟାଜିକ୍ରେ ବାଡ଼େଇ ହୋଇ ରାସ୍ତାର ଖଣ୍ଡେ ଦୂରକୁ ଛିଟିକି ପଡ଼ିିଥିଲେ।
ସଡ଼କ ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ୫ ଗୁରୁତର
Advertisment
Follow Us