୫ଟି ବେଆଇନ୍‌ ଦେଶୀ ବନ୍ଧୁକ ଜବତ, ୫ ଅଭିଯୁକ୍ତ ଗିରଫ 

Advertisment
୫ଟି ବେଆଇନ୍‌ ଦେଶୀ ବନ୍ଧୁକ ଜବତ, ୫ ଅଭିଯୁକ୍ତ ଗିରଫ 

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ କରି ୫ଟି ବନ୍ଧୁକ ଜବତ କରିଛି। ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ ସୂଚନା ମୁତାବକ ରଣପୁର ଥାନା ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତ ଅଧୀନ କ୍ଷତ୍ରୀବରପୁର ଗାଁରେ ବୁଧବାର ଚଢ଼ାଉ କରି କୁମର ଦଳେଇ, କାଶୀନାଥ ଦଳେଇ ଓ ନିତ୍ୟାନନ୍ଦ ଦଳେଇଙ୍କ ଠାରୁ ୩ଟି ହାତ ତିଆରି ଦେଶୀ ବନ୍ଧୁକ ଜବତ ହୋଇଥିଲା। ସେହିପରି ଚାନ୍ଦପୁର ଥାନା ଅନ୍ତର୍ଗତ ପଟିଆ ପଞ୍ଚାୟତ ଅଧୀନ ଜିରୀପଡା ଗାଁର ଶିବସୁନ୍ଦର ପ୍ରଧାନ ଓ ପଟିଆ-ପାଇକସାହି କେଶବ ଚନ୍ଦ୍ର ନାୟକଙ୍କ ଘରେ ଆଜି ଚଢ଼ାଉ କରି ପୁଲିସ ଆଉ ଦୁଇଟି ବନ୍ଧୁକ ଜବତ କରିଛି।

ତେବେ ଉପରୋକ୍ତ ସମସ୍ତ ବେଆଇନ ବନ୍ଧୁକଧାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲାବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ଠାରୁ ସୂଚନା ମିଳିଛି। ଏଥିରେ ଆଇଆଇସି ନିହାର ରଞ୍ଜନ ମହାନ୍ତି, ଏସ.ଆଇ ବିଶ୍ୱଭୂଷଣ ସିଂହ ଓ ସମସ୍ତ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe