ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସର୍ଗିଗୁଡ଼ା ଟିଟିଡୁଙ୍ଗୁରି ପଡ଼ାରେ ରହୁଥିବା ୫ ଜଣ ଛାତ୍ରଛାତ୍ରୀ ଛତୁ ଖାଇ ଗୁରୁତର ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ସ୍କୁଲ ଛୁଟିଥିବା ଯୋଗୁଁ ଏହି ଛାତ୍ରଛାତ୍ରୀମାନେ ଟିଟିଡୁଙ୍ଗୁରି ଖେଳପଡ଼ିଆଠାରେ ଖେଳୁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ନିକଟରେ ଥିବା ଗଛମୂଳେ ଛତି ଫୁଟିଥିବା ଦେଖି ତାକୁ ଆଣି ସେଠାରେ ଏକ କଡ଼େଇରେ ରୋଷେଇ କରିଥିଲେ ଓ ସମସ୍ତେ ତାକୁ ଖାଇଥିଲେ। ୫ ଜଣ ଯାକ ଛତୁ ଖାଇ ଖେଳୁଥିବା ବେଳେ କିଛି ସମୟ ପରେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସଂପୃକ୍ତ ଛାତ୍ରଙ୍କଠାରୁ ଜାଣିବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଗୁରୁତର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୁବନେ ପୁଟେଲ (୧୧), ସୁନୀଲ ପୁଟେଲ (୮), ରାହୁଲ ମାଝୀ (୧୨), ସୁଦାମ ମାଝୀ(୭) ଓ ଶୁଭ୍ରକେଶୀ ସରାଫ (୧୬) ରହିଛନ୍ତି। ସଙ୍ଗେ ସଙ୍ଗେ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ କାର୍ଯ୍ୟରତ ଡାକ୍ତର ସେମାନେ ବିପଦମୁକ୍ତ ଥିବା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us