ଜମି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ଗୋଟିଏ ପରିବାରର ୫ ଗୁରୁତର, ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର

Advertisment
ଜମି ବିବାଦକୁ ନେଇ ସଂଘବଦ୍ଧ ଆକ୍ରମଣ: ଗୋଟିଏ ପରିବାରର ୫ ଗୁରୁତର, ବାଲେଶ୍ୱର ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର

ବାଲେଶ୍ବର: ଜମି ବିବାଦକୁ କେନ୍ଦ୍ର କରି ଖନ୍ତାପଡ଼ା ଥାନା ତାଳପଦାପାହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅନାଦି ଗୋଚ୍ଛାୟତଙ୍କ ପତ୍ନୀ ଶଶୀବାଳା, ବଡ଼ପୁଅ ବିଜୟ, ବଡ଼ବୋହୂ ମାନସୀ, ସାନପୁଅ ଦିପୁନ ଓ ମଝିଆଁ ବୋହୂ ଉମାରାଣୀ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ଗୋପାଳପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଛି।

ଆହତଙ୍କ କହିବା ଅନୁସାରେ, ଦୀର୍ଘବର୍ଷ ଧରି ତାଳପଦାପାହିରେ ସେମାନେ ରହିଆସୁଥିବା ବେଳେ ସେଠାରେ ପ୍ରାୟ ୨ ଏକର ପରିମିତ ଏକ ସରକାରୀ ଜମିକୁ ସେମା‌ନେ ଚାଷ କରି ଆସୁଥିଲେ। ଏହି ଜମିକୁ ଧୀରେନ୍ଦ୍ର ଦାସଙ୍କ ପରିବାର ଲୋକ ଜୋର ଜବରବସ୍ତି କରି ମାଡ଼ିବସିବାକୁ ଚେଷ୍ଟା କଲେ। ଏନେଇ ଥାନାରେ ପୂର୍ବରୁ ମାମଲା ମଧ୍ୟ ରୁଜୁ ହୋଇଥିଲା। ତେବେ ଆଜି ଅନାଦିଙ୍କ ବଡ଼ପୁଅ ବିଜୟ ଓ ସାନପୁଅ ଦିପୁନ ବିଲ ଉକ୍ତ ଜମିକୁ କ୍ଷେତକାମ କରିବାକୁ ଯାଇଥିବା ବେଳେ ଧୀ‌େରନ୍ଦ୍ର ଦାସ ଓ ତାଙ୍କ ପୁଅ ପ୍ରଭାକରଙ୍କ ସହ ଗ୍ରାମର କିଛି ଅସାମାଜିକ ଲୋକ ଖଣ୍ଡା, ଭୁଜାଲି, ‌ଠେଙ୍ଗା ଆଦି ଧରି ସେଠାରେ ପହଞ୍ଚିଥିଲେ। ‌ଏହାପରେ ଉଭୟପକ୍ଷଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହେବା ପରେ ଧୀରେନ୍ଦ୍ର, ତାଙ୍କ ପୁଅ ଓ ତାଙ୍କ ସହ ଯାଇଥିବା ବ୍ୟକ୍ତିମାନେ ବିଜୟ ଓ ଦିପୁନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନଙ୍କୁ ଆକ୍ରମଣ କରାଯାଉଥିବା ଦେଖି ‌ଅନାଦିଙ୍କ ପତ୍ନୀ ଓ ଦୁଇବୋହୂ ସେଠାକୁ ଦୌଡ଼ି ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସ୍ଥାନୀୟ ଲୋ‌କେ ଦୌଡ଼ିଯାଇ ସେମାନଙ୍କୁ ମରଣ ମୁହଁରୁ ରକ୍ଷା କରିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା।

ଅପର‌ପକ୍ଷରେ ଧୀରେନ୍ଦ୍ର ଦାସଙ୍କୁ ଏନେଇ ଯୋଗାଯୋଗ କରାଯାଇପାରି ନାହିଁ। ସେପଟେ ଅନାଦିଙ୍କ ପରିବାର ପକ୍ଷରୁ ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ଧୀରେନ୍ଦ୍ରଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe