ଖଣି ଅଧିକାରୀଙ୍କ ସମେତ ୫ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ୨ ଗାଡ଼ି ଭଙ୍ଗାରୁଜା

ମ୍ୟାଚକୁ ନେଇ ବୃଦ୍ଧଙ୍କ ମୁଣ୍ଡ ଫଟାଇଦେଲେ ଯୁବକ

Image Courtesy of DT Next

ଖୋର୍ଦ୍ଧା: ଖଣି ମାଫିଆଙ୍କ ରାଜୁତି ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଦିନ ଦ୍ବିପ୍ରହରରେ ଖଣି ଅଧିକାରୀଙ୍କ ସମେତ ୫ ଜଣ କର୍ମଚାରୀଙ୍କୁ ମାଡ଼ ମରାଯାଇଛି। ଖଣି ମାଫିଆମାନେ ଦୁଇ ସରକାରୀ ଗାଡ଼ିକୁ ପଥରରେ ଆକ୍ରମଣ କରି ଦେଇଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ତିନିଟା ବେଳେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ବଡ଼ପୋଖରିଆ ଗାଁରେ ଘଟିଥିବା ଏ ଘଟଣା ପ୍ରଶାସନିକସ୍ତରରେ ଚାଞ୍ଚଲ୍ୟ ଖେଳିଯାଇଛି।
ଖଣି ଅଧିକାରୀ ଶ୍ରୀ ବେହେରାଙ୍କ କହିବା ମୁତାବକ, ଖୋର୍ଦ୍ଧା ଜିଲ୍ଲାରେ ନୂଆ ଖଣି ଚିହ୍ନଟ ପାଇଁ ଗଲା କିଛି ଦିନ ହେଲା ପାଞ୍ଚ ବିଭାଗର ଅଧିକାରୀଙ୍କୁ ନେଇ ସର୍ଭେ ଚାଲିଛି। ଏହି ଟିମ୍‌ରେ ଜଙ୍ଗଲ ବିଭାଗର ଏସିଏଫ୍‌ ସୁଶାନ୍ତ କୁମାର ବନ୍ଧ, ଭୂ-ତତ୍ତ୍ବ ବିଜ୍ଞାନୀ ସୁଶାନ୍ତ ବେହେରା, ପରିବେଶ ବିଜ୍ଞାନୀ ସ୍ମୃତିରଞ୍ଜନ ପ୍ରଧାନ, ରାଜସ୍ବ ସୁପରଭାଇଜର ଟୁଟୁ ସ୍ବାଇଁ ଏବଂ ଖୋର୍ଦ୍ଧା ମାଇନିଂ ଅଫିସର ଜଗନ ବେହେରା ଅଛନ୍ତି। ଆଜି ପୂର୍ବାହ୍‌ଣରେ ଦୁଇଟି ଗାଡିରେ ସରକାରଙ୍କର ଏହି ପାଞ୍ଚଟି ବିଭାଗର ଅଧିକାରୀମାନେ ସର୍ଭେ କରିବାକୁ ଯାଇଥିଲେ। ସର୍ଭେ ଶେଷ ହେବା ପରେ ସବୁ ଅଧିକାରୀ ଗାଁରୁ ଫେରୁଥିବା ବେଳେ ବଡ଼ପୋଖରିଆ ସଅରସାହି ନିକଟରେ ହଠାତ୍‌ ଦଳେ ଲୋକ ସଂଗଠିତ ଭାବେ ଗାଡିକୁ ଅଟକାଇ ସଂଗଠିତ ଭାବେ ଆକ୍ରମଣ କରିଥିଲେ। ମାଙ୍କଡ଼ା ପଥରରେ ଦୁଇ ଗାଡିର କାଚ ଭାଙ୍ଗିରୁଜି ଦେଇଥିଲେ। ଉଭୟ ଗାଡିର ଡ୍ରାଇଭର, ମାଇନିଂ ଅଫିସର, ରାଜସ୍ବ ସୁପରଭାଇଜର ପ୍ରମୁଖ ଅଧିକାରୀଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ମାଇନିଂ ଅଫିସର ଶ୍ରୀ ବେହେରାଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଫଟୋ ବି ଡିଲିଟ୍‌ କରି ଦେଇଥିଲେ। ଏନେଇ ମାଇନିଂ ଅଫିସର ଶ୍ରୀ ବେହେରା ନିରାକାରପୁର ଥାନାରେ ଏତଲା ଦେଇଛନ୍ତି।
ଚଳିତବର୍ଷରେ ଖଣି ବିଭାଗ ଉପରେ ଏହା ଦ୍ବିତୀୟ ବାର ଆକ୍ରମଣ। କିଛି ମାସ ତଳେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ଖଣି ଭିତରେ ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ମାଡ ମାରି ଅଧିକାରୀଙ୍କୁ ଖଣି ଭିତରେ ଫିଙ୍ଗି ଦିଆଯାଇଥିଲା। ଆଜି ଖଣି ବିଭାଗ ସହିତ ଅନ୍ୟ ବିଭାଗର ଅଧିକାରୀଙ୍କୁ ଗାଁ ଭିତରେ ଏ ପ୍ରକାର ଆକ୍ରମଣ ସରକାରୀ ଅଧିକାରୀଙ୍କ ମହଲରେ ଆତଙ୍କ ଖେଳାଇ ଦେଇଛି। ଖୋର୍ଦ୍ଧାରେ ମାଫିଆଗିରିଙ୍କ ରାଜୁତି ପୁଣି ସଶକ୍ତ ହୋଇଉଠିଛି ବୋଲି କୁହାଯାଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe