ସୋନପୁରରୁ ନାବାଳିକା ଚାଲାଣ; ଦିଲ୍ଲୀ ଓ ତାମିଲନାଡୁରୁ ୫ ଉଦ୍ଧାର

Advertisment

youtube.com

youtube.com

ସମ୍ବଲପୁରରେ ପୁଣି ଲଭ୍‌ ସେକ୍ସ ଧୋକା: ଭିନ୍ନକ୍ଷମ ଯୁବତୀଙ୍କୁ ୮ ମାସର ଗର୍ଭବତୀ କରି ଯୁବକ ଫେରାର୍‌

usatoday.com

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ୫ ଜଣ ନାବାଳିକାକୁ ସୋନପୁର ପୁଲିସ ଅନ୍ୟ ରାଜ୍ୟରୁ ଉଦ୍ଧାର କରିଛି। ଏ ସମ୍ପର୍କରେ ଏସ୍‌ପି ଦେବୀ ପ୍ରସାଦ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୀରମହାରାଜପୁର ଥାନାରେ ଗତ ଅକ୍ଟୋବର ୧୫ ତାରିଖ ଦିନ ଜଣେ ନାବାଳିକା ଦିଲ୍ଲୀକୁ ଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ବୀରମହାରାଜପୁର ଥାନା କେସ ନଂ ୧୮୦/୨୦୧୯ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା। ଏହି ନାବାଳିକାକୁ ପୁଲିସ ଦିଲ୍ଲୀରୁ ଉଦ୍ଧାର କରିଛି। ସେହିପରି ବିନିକା ଥାନା କେସ୍‌ ନଂ ୬୭/୨୦୧୯ ତା ୧୩/୪/୨୦୧୯, ତରଭା ଥାନା କେସନଂ ୧୪୦/୨୦୧୯ ତା ୩/୧୦/୨୦୧୯, ତରଭା ଥାନା କେସ ନଂ ୧୬୭/ତା ୧୯/୧୧/୨୦୧୯, ସୋନପୁର ଥାନା କେସନଂ ୨୦୪/୮/୧୧/୨୦୧୯ ଅନୁଯାୟୀ ୪ ଜଣ ନାବାଳିକା ଅନ୍ୟତ୍ର ଚାଲି ଯାଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏହି ୪ ଜଣ ନାବାଳିକାଙ୍କୁ ମଧ୍ୟ ପୁଲିସ ତାମିଲନାଡୁରୁ ଉଦ୍ଧାର କରିଥିବା ଏସ୍‌ପି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe