ତୁଳସୀ ପାହାଡ଼ରୁ ୫ ନକ୍ସଲ ଗିରଫ

ତୁଳସୀ ପାହାଡ଼ରୁ ୫ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ାର ଅନନ୍ତରାମ ଭୂମିଆ ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ। ଆଜି ଏନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରି ଘଟଣା ଉପରୁ ପରଦା ହଟାଇଛନ୍ତି। ପୂର୍ବରୁ ହିଁ ନକ୍ସଲଙ୍କ ଟାର୍ଗେଟରେ ରହିଥିଲେ ଅନନ୍ତ। ତେଣୁ ତାଙ୍କୁ ହତ୍ୟା କରିବାକୁ ସୁଯୋଗ ଅପେକ୍ଷା ରହିଥିଲେ ନକ୍ସଲ। ଗତ ୨୩ତାରିଖ ଦିନ ସେହି ସୁଯୋଗ ମିଳିଥିଲା। ନାଟ ଦେଖିବାକୁ ଯାଇଥିବା ଅନନ୍ତଙ୍କୁ ସଶସ୍ତ୍ର ନକ୍ସଲ ଟେକି ନେଇଥିଲେ। ଟାଙ୍ଗିଆରେ ଆକ୍ରାମଣ ସହ ଛୁରିରେ ଭୁସି ଅତି ନୃଶଂସ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା।

ଘଟଣାର ଗୁରୁତ୍ବକୁ ଦେଖି ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ହତ୍ୟାରେ ସଂପୃକ୍ତ ନକ୍ସଲଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା। ଏହି ଟିମ୍ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିବା ସହ ବହୁ ଲୋକଙ୍କୁ ପଚରା ଉଚୁରା କରିଥିଲେ। ଶେ‌ଷରେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ନକ୍ସଲ ତୁଳସୀ ପାହାଡ଼ରେ ଲୁଚି ରହିଛନ୍ତି। ଏହାପରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହାର ହୋଇଥିବା ଦୁଇଟି ଟାଙ୍ଗିଆ ବି ଜବତ କରାଯାଇଛି। ଆଗକୁ କୋର୍ଟରେ ଅଭିଯୁକ୍ତଙ୍କ ଟିଆଇ ପ୍ୟାରେଡ ହେବ। ତେଣୁ ସମସ୍ତଙ୍କ ନାଁ ଗୋପନ ରଖାଯାଇଛି। ପୁଲିସ ଇନଫର୍ମର ଦର୍ଶାଇ ଅନନ୍ତଙ୍କୁ ହତ୍ୟା କରିଥିଲେ ନକ୍ସଲ। ତେବେ ସେ ନିରୀହ ଥିଲେ ବୋଲି ପୁଲିସ ପ୍ରକାଶ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରବଣ ବିବେକ ଏମ. ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe