ଏନ୍‌କାଉଣ୍ଟରରେ ୫ ନକ୍ସଲ ନିହତ

Advertisment

ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ବିଜାପୁର ଜିଲ୍ଲା ମାଡ଼େୟାର ଥାନା ଅନ୍ତର୍ଗତ ବାନ୍ଦେପାରା ଓ କୋରାନଜେଡ୍‌ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୫ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ବିଜାପୁର ଜିଲ୍ଲା ମାଡ଼େୟାର ଥାନା ଅନ୍ତର୍ଗତ ବାନ୍ଦେପାରା ଓ କୋରାନଜେଡ୍‌ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୫ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

Mkg naxal attack on police camp

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷା ବାହିନୀ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଛି। ବିଜାପୁର ଜିଲ୍ଲା ମାଡ଼େୟାର ଥାନା ଅନ୍ତର୍ଗତ ବାନ୍ଦେପାରା ଓ କୋରାନଜେଡ୍‌ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୫ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ୨ ମହିଳା ନକ୍ସଲ ଅଛନ୍ତି। ବାନ୍ଦେପାରା-କୋରାନଜେଡ୍‌ ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ୍‌କୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା। ଏହାପରେ ଏସ୍‌ଟିଏଫ୍‌, ଡିଆର୍‌ଜି ଏବଂ ସିଆର୍‌ପିଏଫ୍‌ ଯବାନ ଅପରେସନ୍‌ରେ ବାହାରିଥିଲେ। ସର୍ଚ୍ଚ ଅପରେସନ୍‌ ସମୟରେ ଜଙ୍ଗଲରେ ଲୁଚି ରହିଥିବା ନକ୍ସଲ ରବିବାର ସକାଳେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଆଗକୁ ଯାଇ ନକ୍ସଲଙ୍କ ଗୁଳିର ପାଲଟା ଜବାବ ଦେଇଥିଲେ। ଉଭୟ ପାର୍ଶ୍ୱରୁ ବେଶ୍ କିଛି ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ ଯବାନଙ୍କ ଗୁଳିରେ ୫ ନକ୍ସଲଙ୍କ ମୃତ୍ୟୁ ହୋଇଛି। ନକ୍ସଲଙ୍କ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି। ଯବାନ ଫେରିବା ପରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe