୫ ଓଏଏସ୍ ଅଧିକାରୀଙ୍କ ବଦଳି

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୫ ଜଣ ଓଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଶାସନ ସଚିବ ଅସିତ କୁମାର ପଣ୍ଡାଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ କମିସନର୍, ବନ୍ଦୋବସ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକଙ୍କୁ ଗଜପତି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସିମୁଳିଆ ତହସିଲ୍‌ଦାର ରବି ନାରାୟଣ ସାହୁଙ୍କୁ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ଗଜପତି ଡିଆର୍‌ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଲୋକନାଥ ଦଳବେହେରାଙ୍କୁ ଗୁଣୁପୁର ଆଇଟିଡିଏ ପିଏ, ପାରଳାଖେମୁଣ୍ଡି ଆଇଟିଡିଏର ପୂର୍ବତନ ପିଏ ସରୋଜ କୁମାର ବେହେରାଙ୍କୁ ଓସେପାର ଯୁଗ୍ମ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe