ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

Advertisment
ଉତ୍ତରପ୍ରଦେଶ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ ଘଟଣାରେ ୫ ଅଭିଯୁକ୍ତ ଗିରଫ

କୋରାପୁଟ: ଉତ୍ତରପ୍ରଦେଶର ଅମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ୍‌ ମାନ୍‌ଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ଅପହୃତ ଡ୍ରାଇଭରଙ୍କୁ ପୁଲିସ ଉଦ୍ଧାର କରିବା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ କିଛି ଅଭିଯୁକ୍ତ ଫେରାର ଅଛନ୍ତି। ଅଭିଯୁକ୍ତମାନେ ହେଲେ ମନୋଜ ଖୋସଲା, ପିଣ୍ଟୁ ଖୋରା, ଅନିଲ ତାକରି, ହୀନା ପ୍ରବୀଣ ଓ ଜନ୍‌ ମହମ୍ମଦ। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୬ ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲା ଦେଦୋଲି ଥାନା ଅନ୍ତର୍ଗତ ଉମେଡା ଗ୍ରାମର ଡ୍ରାଇଭର ଅବଦୁଲ ମାନ୍‌ଙ୍କୁ ଗତ ୧୭ ତାରିଖ ସନ୍ଧ୍ୟାରେ କୋରାପୁଟ୍‌ରୁ ଅପହୃତ ହୋଇଥିଲେ। ଅପହର୍ତ୍ତାମାନେ ଡ୍ରାଇଭରଙ୍କୁ ଅପହରଣ କରିବାର କିଛି ଘଣ୍ଟା ପରେ ଛାଡ଼ିବା ପାଇଁ ୨୫ ଲକ୍ଷ ଦାବି କରି ମାଡ଼ ମାରିଥିଲେ। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ କୋରାପୁଟ ଏସଡିପିଓଙ୍କ ନେତୃତ୍ବରେ ପୁଲିସ ନିର୍ମାଣାଧୀନ ପର୍ଯ୍ୟଟନ କାର୍ଯ୍ୟାଳୟର କୋଠାରୁ ଡ୍ରାଇଭର ଅବଦୁଲଙ୍କୁ ଗତ ୧୯ ତାରିଖରେ ଉଦ୍ଧାର କରିଥିଲା। ଅଭିଯୁକ୍ତ ଖୋସଲା ପୂର୍ବରୁ ଜେଲ୍‌ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe