ପୁଲିସ ହାତରେ ପେଟ୍ରୋଲପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ଜଣେ ଫେରାର

Advertisment

ବନ୍ଧୁକ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ

ବନ୍ଧୁକ, ଜୀବନ୍ତ ଗୁଳି ଓ ନଗଦ ଟଙ୍କା ଜବତ

ପୁଲିସ ହାତରେ ପେଟ୍ରୋଲପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ଜଣେ ଫେରାର

ସୋର: ପେଟ୍ରୋଲପମ୍ପ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୨ଟି ମାଗାଯିନ ୫ ଟି ଜୀବନ୍ତ ଗୁଳି ଓ ୧ଲକ୍ଷ ୫୯ ହଜାର ନଗଦ ଟଙ୍କା ସମେତ ଗୋଟିଏ ପଲସର ବାଇକ ଗୋଟିଏ ଆପାଚି ବାଇକ ଚାରୋଟି ଆଣ୍ଡ୍ରୋଏଡ଼ ମୋବାଇଲ ଜବତ କରାଯାଇଛି। ଏନେଇ ଆଜି ଅପରାହ୍ଣରେ ଏସପି ସାଗରିକା ନାଥ ସୋର ଥାନା ପରିସରରେ ଏକ ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସୋର ଥାନା ବେଲପୁର ଗ୍ରାମର ଶରତ କୁମାର ସାହୁ ଙ୍କର ଉଲାସଖଡ଼ଗପୁର ନିକଟରେ ଏକ ପେଟ୍ରୋଲପମ୍ପ ଅଛି। ଗତ ୫ ତାରିଖ ରାତି ୧୦:୫୦ ରେ ସେ ପେଟ୍ରୋଲପମ୍ପ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇଟି ବାଇକରେ ପାଞ୍ଚ ଜଣ ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ୩ ଲକ୍ଷ ୫୦ ହଜାର ଟଙ୍କା ଥିବା ବ୍ୟାଗଟିକୁ ଛାଡ଼ିନେଇଥିଲେ। ଏନେଇ ଶରତ ଥନାରେ ଅଭିଯୋଗ କରିବା ପରେ ପୁଲିସ ୬୦୭/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ।

ଏହାର ଚାରିଦିନ ପରେ ଗତ ୯ ତାରିଖରେ କୁପାରିସ୍ଥିତ କ୍ଵପେଶ୍ୱର ପେଟ୍ରୋଲପମ୍ପର ଦୁଇଜଣ କର୍ମଚାରୀ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କକୁ ୧୨ ଲକ୍ଷ ଟଙ୍କା ଡ଼ିପୋଜିଟ କରିବାକୁ ଯାଉଥିବା ବେଳେ ୬ ଜଣ ଯୁବକ ତାଙ୍କୁ ଅଟକାଇ ଜଣେ କର୍ମଚାରୀଙ୍କ ଉପରକୁ ଗୁଳି ଚାଳଣା କରି ତାଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଥିବା ବ୍ୟାଗଟି ନେଇଯାଇଥିଲେ। ଗୁଳିଚାଳନାରେ ଆହତ କର୍ମଚାରୀ ଜଣଙ୍କ ଏନେଇ ଖଇରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୧୪୦/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଏସ୍ପି ସାଗରିକା ନାଥଙ୍କ ନିର୍ଦେଶରେ ସଦର ଏସ୍ଡ଼ିପିଓ ଡ଼. ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସମେତ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ବିହାର ରାଜ୍ୟ ବୈଶାଳୀ ଜିଲା ଦେଶରୀ ଥାନା ମଜରୋହି ଗ୍ରାମର ଲୁକେଶ ସିଂ (୨୬)ସମେତ ସୋର ଥାନା ଦାଣ୍ଡହରିପୁର ଗ୍ରାମର ପ୍ରଫୁଲ୍ଲ ମଳିକ(୨୪),ବୁଡ଼େଇ ଗ୍ରାମର କମଳାକାନ୍ତ ଦାସ, ଶରତ କୁମାର ମଳିକ(୨୬)ବେଲପୁର ଗ୍ରାମର ଶେଖ ସମରାଜ (୨୦)କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି। ତେବେ ଫେରାର ଜଣଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି।ଅଭିଯୁକ୍ତ ମାନଙ୍କ ନାମରେ ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ୧୮ରୁ ଅଧିକ ଅପରାଧୀଙ୍କ ମାମଲା ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe