ମୁକ୍ତାପୁର ଏଟିଏମ୍ ଲୁଟ୍ ଉଦ୍ୟମ ମାମଲାରେ ୫ ଗିରଫ

Advertisment
ମୁକ୍ତାପୁର ଏଟିଏମ୍ ଲୁଟ୍ ଉଦ୍ୟମ ମାମଲାରେ ୫ ଗିରଫ

ଖୋର୍ଦ୍ଧା: ମୁକ୍ତାପୁରସ୍ଥ ଇଣ୍ଡିକ୍ କଲେଜ ନିକଟରେ ଥିବା ଏକ ଏଟିଏମ୍ ଲୁଟ ଉଦ୍ୟମ ମାମଲରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ଚଳିତ ମାସ ୧୪ ତାରିଖରେ ଇଣ୍ଡିକ୍ କଲେଜ ନିକଟରେ ଥିବା ଏକ ଏସ୍ବିଆଇ ଏଟିଏମ୍ ଲୁଟ ଉଦ୍ୟମ ହୋଇଥିଲା । ଏହି ସମୟରେ ପୁଲିସ ପାଟ୍ରୋଲିଂ ଟିମ୍ ସେଠାରେ ପହଂଚିବା ଦେଖି ଦୁର୍ବୃତ୍ତମାନେ ଦୁଇଟି ମୋଟରସାଇକ୍ଲ ଛାଡ଼ି ଏକ ଅଟୋରେ ଫେରାର୍ ହୋଇଯାଇଥିଲେ । ଦୁର୍ବୃତ୍ତମାନେ ଏଟିଏମ୍ର ବାହ୍ୟ ଖୋଳ ଓ ମନିଟରକୁ ଭାଙ୍ଗିଥିଲେ ମଧ୍ୟ ମୂଳ ଟ୍ରଙ୍କକୁ ଭାଙ୍ଗିବାରେ ସଫଳ ହୋଇପାରିନଥିଲେ ।

ଏନେଇ ପୁଲିସ ୧୫ ତାରିଖରେ ୨୮୨/୨୦୨୨ଏକ ମାମଲା ରୁଜୁ କରିଥିଲା । ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏସ୍ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ ମିଶ୍ର ଓ ଭାରପ୍ରାପ୍ତ ଥାନା ଅଧିକାରୀ ତଥା ଡେପୁଟି ଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ପିଏଲ୍ ବେହେରା, ପିଏସ୍ଆଇ ଦିପାଲିସା ନାୟକଙ୍କୁ ନେଇ ଏକଟିମ୍ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରିଥିଲେ ।

ଏହି ଘଟଣାରେ ମୁକ୍ତାପୁର ଦଳବେହେରା ସାହିର ସୁଶାନ୍ତ ସାମନ୍ତରାୟ ଓରଫ ଭାଲୁ (୩୨), ବାଙ୍କୀ ଶିଶୁଆବାଲିର ଶତ୍ରୁଜିତ ବେହେରା ଓରଫ ଟପୁ (୨୨), ବାଙ୍କୀ ଥାନା ଅନ୍ତର୍ଗତ ମୁକୁନ୍ଦପୁରର ଦିଲିପ କୁମାର ସାହୁ ଓରଫ ସିଲୁ (୨୧), ବାଙ୍କୀ ରଣପୁରର ଅଭିମନ୍ୟୁ ବେହେରା ଓରଫ ଲିପୁ(୨୨), ବାଙ୍କୀ ହରିରାଜପୁର ନୂଆସାହିର ଦୁଷ୍ମନ୍ତ ସାହୁ ଓରଫ ବୁଟୁ (୨୦)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଘଟଣାର ଅଧିକ ଅନୁସନ୍ଧାନ ଦାୟିତ୍ୱ ଏସ୍ଆଇ ପଦ୍ମଲୋଚନ ବେହେରାଙ୍କୁ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe