ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୫ ଅଟକ

Advertisment
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୫ ଅଟକ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମଙ୍ଗଳପୁରଠାରେ ପୁଲିସ୍ ଓ ବନ ବିଭାଗ ଚଢ଼ଉ କରି ଏକ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି। ସେଠାରୁ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି। ପ୍ରକାଶ ଯେ, ଛତିଶଗଡ଼ ରାଜ୍ୟ ବନ ବିଭାଗ ଉପ ନିର୍ଦ୍ଦେଶକ ତଥା ଉଦନ୍ତୀ ସୀତାନଦୀ ଟାଇଗର ରିଜର୍ଭ ଗରିଆବନ୍ଧ ଜୋନ ଡିଏଫ୍ଓ ବରୁଣ ଜୈନ ଓ କଳାହାଣ୍ଡି ସାଉଥ୍ ଡିଏଫ୍ଓ ଲାଡେ ଗଜାନନ ଦୟାନନ୍ଦ ଜୟପାଟଣା ପୁଲିସ୍‌ର ସହାୟତାରେ ମଙ୍ଗଳପୁରରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ଖବରପାଇ ସେଠାରେ ଚଢ଼ଉ କରିଥିଲେ। ତେବେ କଳାହାଣ୍ଡିରୁ ଛତିଶଗଡ଼ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe