ବାହାଘରରୁ ଫେରିବା ବାଟରେ କାର୍‌ ଦୁର୍ଘଟଣାଗ୍ରସ୍ତ; ୫ ଆହତ

Advertisment
ବାହାଘରରୁ ଫେରିବା ବାଟରେ କାର୍‌ ଦୁର୍ଘଟଣାଗ୍ରସ୍ତ; ୫ ଆହତ

ବୈପାରିଗୁଡା: ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ, ଗତକାଲି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେରାପୁଟ ଠାରେ ବାହାଘର କାର୍ଯ୍ୟକ୍ରମର ଆୟୋଜନ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣିରୁ ଗୋଟିଏ ପରିବାର ଆସିଥିଲେ। ଆଜି ଭୋଜି ଖାଇବା ପରେ ଅପରାହ୍ନରେ ପରିବାର ନିଜ କାରରେ ଗାଆଁକୁ ଫେରୁଥିଲେ। ଲଙ୍ଗଳପାଖନା ଘାଟି ନିକଟରେ ଏକ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଯାଇ ନିୟନ୍ତ୍ରଣ ହରାଇବା ପରେ କାର୍ ରାସ୍ତାରୁ ପଚାଶ ମିଟର ଦୂରକୁ ଯାଇ  କୋଡ଼ିଏ ଫୁଟ ତଳକୁ ଗାତରେ ଖସି ପଡ଼ିଥିଲା। ଫଳରେ ଡ୍ରାଇଭରଙ୍କ ସମେତ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଦୁଇ ନାବାଳିକା କନ୍ୟା ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଆଣି ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe