୫ ପିଏଲ୍‌ଏଫ୍‌ଆଇ କ୍ୟାଡର୍‌ ନିହତ

Advertisment
୫ ପିଏଲ୍‌ଏଫ୍‌ଆଇ କ୍ୟାଡର୍‌ ନିହତ

ରାଉରକେଲା : ରାଉରକେଲା ପୁଲିସ୍‌ ଜିଲ୍ଲା ସୀମାନ୍ତବର୍ତ୍ତୀ ଖୁଣ୍ଟି ଓ ସିମ୍‌ଡ଼େଗା ଜିଲ୍ଲା ସୀମାନ୍ତ ଗିର୍‌ଦା ଫାଣ୍ଡି ଅନ୍ତର୍ଗତ କୁଲାତୁପୁ ଜଙ୍ଗଲରେ ପ୍ରାୟ ଘଣ୍ଟେ କାଳ ଗୁଳି ବିନିମୟ ପରେ ନିଷିଦ୍ଧ ଘୋଷିତ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)ର ୫ ଜଣ ସଶସ୍ତ୍ର କ୍ୟାଡର ନିହତ ହୋଇଥିବା ପୁଲିସ୍‌ ଦାବି କରିଛି। ତେବେ ଅପରାହ୍ନ ସୁଦ୍ଧା ଜଣେ ମହିଳା କ୍ୟାଡର୍‌ଙ୍କ ସମେତ ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୁଲିସ୍‌-ସିଆର୍‌ପିଏଫ୍‌ ମିଳିତ ବାହିନୀ ଖାନତଲାସୀ ଜାରି ରଖିଛନ୍ତିି। ଘଟଣାସ୍ଥଳରୁ ଗୋଟିଏ ଲେଖାଏଁ ଏକେ-୪୭ ରାଇଫଲ୍‌, ମେସିନ୍‌ ଗନ୍‌, କାର୍ବାଇନ୍‌, ଗ୍ରେନେଡ୍‌, ପିସ୍ତଲ, ବିପୁଳ ବିସ୍ଫୋରକ, ଗୁଳି ଓ ମୋବାଇଲ୍‌ ଫୋନ୍‌ ସମେତ ସେମାନଙ୍କ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ରାଞ୍ଚି ରେଞ୍ଜ ଡିଆଇଜି ଅମୋଲ୍‌ ବି ହୋମକର୍‌ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଦୀନେଶ ଗୋପ୍‌ ଗ୍ୟାଙ୍କ ଜଙ୍ଗଲରେ ଆଡ଼ା କରିଥିବା ସୂଚନା ପାଇ ସିଂହଭୂମ (ପଶ୍ଚିମ) ଓ ଖୁଣ୍ଟି ଜିଲ୍ଲା ପୁଲିସ୍‌ ସମେତ ସିଆର୍‌ପିଏଫ୍‌ ଯବାନମାନେ କମ୍ବିଂରେ ବାହାରିଥିଲେ। ଯବାନମାନେ ନିକଟବର୍ତ୍ତୀ ହେବା ମାତ୍ରେ ସଶସ୍ତ୍ର ପିଏଲ୍‌ଏଫ୍‌ଆଇ ଗ୍ୟାଙ୍ଗ ଗୁଳି ଚଳାଇଥିଲେ। ଯବାନଙ୍କ ପାଲଟା ଗୁଳି ବିନିମୟ ପରେ ପିଏଲ୍‌ଏଫ୍‌ଆଇଙ୍କ ଆଡ଼ୁ ଗୁଳି ଚାଳନା ବନ୍ଦ ହୋଇଥିଲା। ଘଟଣାସ୍ଥଳରୁ ୩ଟି ଶବ ଜବତ କରାଯାଇଥିବା ବେଳେ ବହୁ ଦୂର ପର୍ଯ୍ୟନ୍ତ ରକ୍ତ ଛିଟା ପଡ଼ିଥିବାରୁୁ ଗ୍ୟାଙ୍ଗର ଆଉ କେତେକ ମୃତାହତ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe