ଶିମିଳିପାଳ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

Advertisment

ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ୫ ଜଣ ଶିକାରୀ ଧରାପଡ଼ିଛନ୍ତି। ବନ ବିଭାଗ ସଂପୃକ୍ତ ୫ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା।

ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ୫ ଜଣ ଶିକାରୀ ଧରାପଡ଼ିଛନ୍ତି। ବନ ବିଭାଗ ସଂପୃକ୍ତ ୫ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା।

ବାରିପଦା: ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ୫ ଜଣ ଶିକାରୀ ଧରାପଡ଼ିଛନ୍ତି। ବନ ବିଭାଗ ସଂପୃକ୍ତ ୫ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା।

ଶିମିଳିପାଳ‌ ଅଭୟାରଣ୍ୟରେ ଉଭୟ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଶିକାରୀମାନେ ଅଭୟାରଣ୍ୟରେ ବନ୍ଧୁକ ଧରି ବୁଲୁଛନ୍ତି। ଯାହା ବନ ବିଭାଗ କ୍ୟାମେରାରେ ଟ୍ରାପ୍‌ ହୋଇଯାଇଛି। ବନ ବିଭାଗ ସେହି ଫଟୋକୁ ଧରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

ଶିମିଳିପାଳ‌ ଅଭୟାରଣ୍ୟରେ ଉଭୟ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଶିକାରୀମାନେ ଅଭୟାରଣ୍ୟରେ ବନ୍ଧୁକ ଧରି ବୁଲୁଛନ୍ତି। ଯାହା ବନ ବିଭାଗ କ୍ୟାମେରାରେ ଟ୍ରାପ୍‌ ହୋଇଯାଇଛି।

publive-image

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପିଠାବଟା ରେଞ୍ଜର ବେସରପାଣି ଅଞ୍ଚଳର କରୁଣାକର ମଲ୍ଲିକ, କାର୍ତ୍ତିକ ମାଲିକ, ଭଲା ଭକ୍ତା, ଗୁନୁ ଭକ୍ତା ଓ ରବି ଭକ୍ତା ଦେଶୀ ବନ୍ଧୁକ ଧରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାରିପଦା ସଦର ଡିଭିଜନ କୋର ଅଞ୍ଚଳରେ ପ୍ରବେଶ କରିଥିଲେ। ବନ ବିଭାଗ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ସେମାନଙ୍କଠାରୁ ଚାରି ଦେଶୀ ବନ୍ଧୁକ, ବାରୁଦ, ଧନୁ, ତୀର ସହ ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରିଛି। 

ଏହି ଖବର ପଢ଼ନ୍ତୁ: ଦିନ ଦ୍ବିପହରରେ ଟିଭି, ଗ୍ରାଇଣ୍ଡର ଲୁଟିନେଲେ ମହିଳା

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ କହିଛନ୍ତି, ଗିରଫ ବ୍ୟକ୍ତିମାନଙ୍କ ନାଁରେ ଜଙ୍ଗଲ ସୁରକ୍ଷା ଆଇନ ୧୯୭୨ ଓ ୧୯୫୯ ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ଏହି ଅଭିଜାନ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe