ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ନଡ଼ିଆ ତୋଳିବାକୁ ନେଇ ଉତ୍ତେଜନା: ୫ ପୁଲିସ କର୍ମୀଙ୍କୁ ଅଟକ ରଖିଲେ ମହିଳା

ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ନଡ଼ିଆ ତୋଳିବାକୁ ନେଇ ଉତ୍ତେଜନା: ୫ ପୁଲିସ କର୍ମୀଙ୍କୁ ଅଟକ ରଖିଲେ ମହିଳା

ନିମାପଡ଼ା: ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ନଡ଼ିଆ ତୋଳିବାକୁ ନେଇ ଦୁଇଟି ଗାଁ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରିବାକୁ ଯାଇ ପୁଲିସ ହଟହଟା ହୋଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ମହିଳାମାନେ ୫ ଜଣ ପୁଲିସକୁ ଅଟକ ରଖିଛନ୍ତି।

ସୂଚନା ଅନୁସାରେ ନିମାପଡ଼ା ବ୍ଲକର ବଡସିରୁବାଳା ଏକ ରାଜସ୍ବ ଗ୍ରାମ ରହିଛି। ଏହା ଅଧୀନରେ ୭ଟି ରାଜସ୍ବ ଗ୍ରାମ ରହିଛି। ବଡସିରୁବାଳା ଗ୍ରାମ ଠାରୁ ଅଳ୍ପ ଦୂରରେ ରହିଛି ବାଇସିବାଟି ଗ୍ରାମ। ଉଭୟ ଗ୍ରାମ ପଡୋଶୀ ଏବଂ ସୀମାରେ ରହିଛି କିଛି ନଡ଼ିଆ ଗଛ। ପ୍ରତିବର୍ଷ ସୀମାରେ ଥିବା ନଡ଼ିଆ ଗଛରୁ ନଡ଼ିଆ ତୋଳିବାକୁ ନେଇ ଉତ୍ତେଜନା ଦେଖାଯାଇଥାଏ। ଏପରିକି ଦୁଇ ଗାଁର ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି।

publive-image

ବଡସିରୁବାଳା ଗାଁରେ ଆଜି ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ଏହି ନାମଯଜ୍ଞରେ କଳସ ପାଇଁ ଅଙ୍ଗନବାଡି କେନ୍ଦ୍ର ନିକଟରେ ଥିବା ନଡ଼ିଆ ଗଛରୁ ଗାଁ ଲୋକେ ପଇଡ଼ ତୋଳୁଥିଲେ। ପଇଡ଼ ତୋଳିବା ସମୟରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା। ପଇଡ଼ ତୋଳି ବାଇସି ବାଟି ଗ୍ରାମଦେଇ ପୁଲିସ ଫେରୁଥିବା ସମୟରେ ଗ୍ରାମବାସୀମାନେ ମହିଳାଙ୍କ ସହ ଗାଡି ଅଟକାଇ ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମାଧାନପାଇଁ ଉଦ୍ୟମ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe