ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୫ ଟିମ୍‌ ଗୁଜୁରାଟ ଗଲେ

ବାତ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୫ ଟିମ୍‌ ଗୁଜୁରାଟ ଗଲେ

ତ୍ରିଶୁଳିଆ : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ତାଉକତେ' ଗୁଜୁରାଟ ଉପକୂ‌ଳରେ ତାଣ୍ଡବ ରଚିବାକୁ ଯାଉଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ତୀବ୍ରତର ହୋଇ ଉତ୍ତର ପଶ୍ଚିମ ଗୁଜୁରାଟ ଅ‌ଳକୁ ଗତି କରି ଆସନ୍ତା ୧୮ ତାରିଖ ସୁଦ୍ଧା ଗୁଜୁରାଟ ଉପକୂଳ ନିକଟରେ ପହଞ୍ଚିବ। ଏହା କ୍ରମଶଃ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଥିବାରୁ ଏହାର ମୁକାବିଲା ଲାଗି ଓଡ଼ିଶାରେ ଥିବା ଏନ୍‌ଡିଆର୍‌ଏଫ୍‌ର ୫ଟି ଟିମ୍ ଶନିବାର ଗୁଜୁରାଟ ଅଭିମୁଖେ ଯାତ୍ରା କରିଛି।

ମିଳିଥିବା ସୂଚନା ଅନୁଯାୟୀ ମୁଣ୍ତଳୀସ୍ଥିତ ତୃତୀୟ ବାହିନୀ ଏନ୍‌ଡିଆର୍‌ଏଫ୍‌ର ସିନିୟର କମାଣ୍ତାଣ୍ଟ ଜାକବକିସ ପୋଟାଙ୍କ ତତ୍ବାବଧାନରେ ଡେପୁଟି କମାଣ୍ତାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ନେତୃତ୍ବରେ ୫ଟି ଟିମ୍‌ର ୨୧୫ଜଣ ଯବାନ ବିଭିନ୍ନ ଉଦ୍ଧାର ସାମଗ୍ରୀ ଧରି ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରରୁ ବିମାନ ଯୋଗେ ଗୁଜୁରାଟ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe