ଗୋପାଳପୁର : ଗୋପାଳପୁର ବେଳାଭୂମିରେ ବୁଡ଼ ପକାଇ ଗାଧୋଉଥିବା ବେଳେ ସମୁଦ୍ରରେ ଭାସି ଯାଉଥିବା ୫ମହିଳାଙ୍କୁ ଉଦ୍ଧାର କରାଯାଇଛି। ଆଜି ସକାଳେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମଦନମୋହନପୁର ଗ୍ରାମର ୫ଜଣ ମହିଳା ଗାଧୋଉଥିବା ବେଳେ ଉଚ୍ଚ ଜୁଆରରେ ଭାସିଯାଉଥିଲେ। ଉପସ୍ଥିତ ଲାଇଫ୍ ଗାର୍ଡ଼ ଜି. ଚିଟି ବାବୁ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସମସ୍ତଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଉଦ୍ଧାର ହୋଇଥିବା ମହିଳାମାନେ ଗ୍ରାମର ସିଏଚ୍. ଜହନ, ସିଏଚ୍. ଲକ୍ଷ୍ମୀ, ପି. ରାଜି, କେ. ଲକ୍ଷ୍ମୀ ଓ କେ. ମହାଲକ୍ଷ୍ମୀ ବୋଲି ଜଣାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବେଳାଭୂମିରେ ଅଧିକ ସଂଖ୍ୟକ ଲାଇଫ୍ ଗାର୍ଡ଼ ମୁତୟନ କରିବାକୁ ଦାବି ହୋଇଛି।
ସମୁଦ୍ରରେ ବୁଡ଼ି ଯାଉଥିବା ୫ମହିଳା ଉଦ୍ଧାର
Advertisment
Follow Us