ଚେନ୍ନାଇରେ ୫ ଶ୍ରମିକଙ୍କୁ ବିକ୍ରି

Advertisment
ଦାଦନ ଦୁଃଖ: ରୋଜଗାର ପାଇଁ ଯାଉଛନ୍ତି, ଶବହୋଇ ଫେରୁଛନ୍ତି

DNA India

ରା.ଉଦୟଗିରି : ଦାଦନ ଶ୍ରମିକ ଭାବେ ରୋଜଗାର ପାଇବା ଆଶାରେ ଯାଇଥିବା ୫ ଜଣ ଶ୍ରମିକଙ୍କୁ ଦଲାଲ ବିକ୍ରିକରି ଦେଇଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ଗଜପତି ଜିଲ୍ଲାରୁ ଆସିଛି। ଶ୍ରମିକମାନେ ହେଲେ, ରା.ଉଦୟଗିରି ବ୍ଲକ୍‌ ପୁରୁଣାପାଣି ପଞ୍ଚାୟତ କାଲାଦ୍ୱାରି ଗ୍ରାମର ସୁରେନ୍ଦ୍ର ରଇତ, କୁରେଶ ରଇତ, ସୁଦାମ ରଇତ, ଦିପୁ ରଇତ ଓ ଅଲରା ଗ୍ରାମର ଉମାଶଙ୍କର ମଲିକ।

ଗଞ୍ଜାମ ଜିଲ୍ଲା ବରମୁଣ୍ଡୁଳି ଗ୍ରାମ ତଥା ଗଜପତି ଜିଲ୍ଲା କୁରୁବା ଗ୍ରାମର ଦଲାଲ୍‌ ମହେନ୍ଦ୍ର ସେମାନଙ୍କୁ ଚେନ୍ନାଇର ଇରୋଡ଼କୁ ନେଇ ଯାଇଥିଲେ। ସର୍ତ୍ତ ଥିଲା ଯାହା କାମ କରିବେ ଖାଇବା ପିଇବା ସହ ଦିନକୁ ୪୫୦ ଟଙ୍କା ପାଇବେ। ନଭେମ୍ବର ମାସ ୨୭ତାରିଖରେ ସେଠାରେ ପହଞ୍ଚିବା ପରେ ଦଲାଲ ମହେନ୍ଦ୍ରର ଆଉ ଦେଖା ମିଳିନଥିଲା। ସାହୁକାର ପାଖରୁ ୬୦ ହଜାର ଟଙ୍କା ନେଇ ସେ ଫେରାର ହୋଇ ଯାଇଥିଲା। ଏପଟେ ୫ଦିନ ଖଟିବା ପରେ ଖାଇବାକୁ ମଧ୍ୟ ମିଳି ନଥିଲା। ଆଉ ଜାଣିବାକୁ ପାଇଥିଲେ ଯେ ମହେନ୍ଦ୍ର ସେମାନଙ୍କୁ ସେଠାରେ ବିକ୍ରି କରିଦେଇ ଚାଲିଯାଇଛି।

ତେବେ, ସେଠାରୁ କୌଣସି ମତେ ଖସିଆସି ଏହି ୫ଜଣ ତାମିଲନାଡ଼ୁର କୌଣସି ଏକ ସ୍ଥାନରେ ପହଞ୍ଚି ସେଠାରେ ଘରଦ୍ୱାର ଝଡ଼ାଝଡ଼ି କାମ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe