ପୁରୀ ରେଳପୋଡି ମାମଲା: ମୁଖ୍ୟ ଅଭିଯୁକ୍ତ ରାମ ସୁବାସକୁ ପାଞ୍ଚବର୍ଷ ଜେଲଦଣ୍ଡ

ପୁରୀ ରେଳପୋଡି ମାମଲା: ମୁଖ୍ୟ ଅଭିଯୁକ୍ତ ରାମ ସୁବାସକୁ ପାଞ୍ଚବର୍ଷ ଜେଲଦଣ୍ଡ

ପୁରୀ: ୨୦୧୫ ନଭେମ୍ବର ୧୨ତାରିଖ ବହୁଚର୍ଚ୍ଚିତ ପୁରୀ ରେଳପୋଡି ମାମଲାର ରାୟ ଆଜି ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ରାମ ସୁବାସକୁ ପାଞ୍ଚବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମନା କରାଯାଇଛି। ୪୦ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍‌ କମ୍‌ ସିଜେଏମ ଡ. ଇନ୍ଦୁ ଶର୍ମା। ପାଞ୍ଚବର୍ଷ ତଳେ ପୁରୀ ଷ୍ଟେସନର ୨,୩.ଓ ୬ ନମ୍ବର ପ୍ଲାଟଫର୍ମରେ ତିନୋଟି ଟ୍ରେନରେ ନିଆଁ ଲଗାଇଥିଲା ଅଭିଯୁକ୍ତ ସୁବାସ।

publive-image

ଘଟଣା ଘଟିବାର ପରଦିନ ସଂନ୍ଧ୍ୟାରେ ଜିଆରପି ପୁଲିସ ପ୍ଲାଟଫର୍ମରେ ସଂନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ତାକୁ ଗିରଫ କରିଥିଲା। ତା ନିକଟରୁ ଗୋଟିଏ ଛୁରୀ, ବ୍ଲେଡ୍‌ ଓ ଡିଆସିଲି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଆଶଙ୍କା କରି ଏନ୍‌ଆଇଏକୁ ମାମଲା ହସ୍ତାନ୍ତର କରାଯାଇଥିଲା। ମାତ୍ର କିଛି ମାସ ମଧ୍ୟରେ ଏହା ଆତଙ୍କବାଦୀ କାର୍ଯ୍ୟ ପରିସର ନଥିବାରୁ ଏଏନ୍‌ଆଇ ମାମଲାରୁ ଓହରି ଯାଇଥିଲା। ପୁନର୍ବାର ଜିଆରପି ହାତକୁ ଆସିଥିଲା ମାମଲା। ସେବେଠାରୁ ସେ ଜେଲରେ ଅଛି। ଆଉ ମାସେ ପରେ ସଜା ସମାପ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe