ସିନେମା ଷ୍ଟାଇଲରେ ଅପହୃତ ୫ ବର୍ଷର ବାଳକକୁ ଉଦ୍ଧାର କଲା ଦିଲ୍ଲୀ ପୁଲିସ

Advertisment
ସିନେମା ଷ୍ଟାଇଲରେ ଅପହୃତ ୫ ବର୍ଷର ବାଳକକୁ ଉଦ୍ଧାର କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ସିନେମା ଷ୍ଟାଇଲରେ ଅପହୃତ ୫ ବର୍ଷର ବାଳକ ବିହାନ ଗୁପ୍ତାଙ୍କୁ ଗାଜିଆବାଦ୍‌ ବିଲଡିଙ୍ଗରୁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ଉଦ୍ଧାର କରିଛି। କୌଣସି ପ୍ରକାରେ କ୍ରାଇମ୍‌ ବ୍ରାଞ୍ଚ ଅଫିସର ସୁରାକ୍‌ ପାଇ ଉକ୍ତ ଅପରାଧୀଙ୍କୁ ଚିହ୍ନଟ କରିଥିଲେ। ଗତ ଜାନୁଆରି ୨୫ରେ ବିହାନ ପୂର୍ବ ଦିଲ୍ଲୀରୁ ଅପହୃତ ହୋଇଥିଲା।

ଘଟଣାଦିନ ସ୍କୁଲପିଲାଙ୍କୁ ନେବାକୁ ଆସିଥିବା ମିନିବସ୍‌ ସକାଳ ୭ଟା ୩୦ରେ ଜିଟିବି ହସ୍ପିଟାଲ ଦିଲସାଦ୍‌ ଗାର୍ଡ଼େନ୍‌ ପାଖରୁ ନେଇ ଯାଉଥିବାବେଳେ ଦୁଇଜଣ ଦୁବୃର୍ତ୍ତ ବାଇକରେ ଆସି ବନ୍ଧୁକ ମୁନରେ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଡ୍ରାଇଭର ଖସିଯିବାକୁ ଉଦ୍ୟମ କରିବାରୁ ତାର ଜଘଂକୁ ଗୁଳି କରିଥିଲେ। ଗାଡ଼ି ଅଟକାଇବାରୁ ବିହାନକୁ ଝାମ୍ପି ନେଇ ବାଇକରେ ଗାଜିଆବାଦର ସାଲିମାର ଅଞ୍ଚଳରେ ଥିବା ସାହିବାବାଦ୍‌ସ୍ଥିତ ୨-ବିଏଚ୍‌କେ ଫ୍ଲାଟର ପଞ୍ଚମ ମହଲାକୁ ଯାଇଥିଲେ। ଅପହରଣକାରୀଙ୍କ ମାଷ୍ଟର ମାଇଣ୍ଡ ଥିଲା ନିତିନ୍‌ କୁମାର ଶର୍ମା। ଏହି ଘଟଣାରେ ତାଙ୍କର ଦୁଇଜଣ ବନ୍ଧୁକଧାରୀ ସହଯୋଗୀ ଥିଲେ।

publive-image

ଜାନୁଆରି ୨୮ ୧୨ଟା ୫୦ରେ ତାଙ୍କ ମୋବାଇଲକୁ ଫୋନ କରି କହିଥଲେ ଯେ ୬୦ ଲକ୍ଷ ଟଙ୍କା ବଦଳରେ ପୁଅକୁ ନ ନେଲେ ତାକୁ ମାରି ଦିଆଯିବ। ଏଥି ସହିତ ସେମାନେ ମୋବାଇଲ୍‌ ଦ୍ୱାରା ଘଟଣାକୁ ଭିଡ଼ିଓ ମାଧ୍ୟମରେ ଛାଡ଼ି ଧମକ ଦେଇଥିଲେ। ଧମକ ଦେଇ ସେମାନେ ସି ରିଭର ନାମକ ସ୍ଥାନରେ ଭେଟିବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe