ପିଲା ଚୋରି ଆତଙ୍କ: ଘରୁ ଉଠାଇନେଲେ, ଦୁଇ ଶହ ମିଟର ଦୂରରେ ଫିଙ୍ଗିଦେଲେ

ପିଲା ଚୋରି ଆତଙ୍କ: ଘରୁ ଉଠାଇନେଲେ, ଦୁଇ ଶହ ମିଟର ଦୂରରେ ଫିଙ୍ଗିଦେଲେ

ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଡଙ୍ଗରିଗୁଡା ପଞ୍ଚାୟତ ସଦର ମହକୁମା ଠାରେ ପିଲା ଚୋରି ଆତଙ୍କ ଦେଖାଦେଇଛି। ବୁଧବାର ସନ୍ଧ୍ୟାରେ ଜଣଙ୍କ ଘରୁ ପିଲା ଚୋରି ଉଦ୍ୟମ କରି ବିଫଳ ହେବା ପରେ ଦୁଇ ଶହ ମିଟର ଦୂରରେ ଫପାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।

ଡ଼ଙ୍ଗରିଗୁଡ଼ା ଗ୍ରାମର ଜନକ ରାମ ସୁନାଙ୍କ କହିବା ପ୍ରକରେ ଜନକ ରାମଙ୍କ ଭଉଣୀ ଏବଂ ଭଉଣୀ ଚଞ୍ଚଳାଙ୍କ ପାଞ୍ଚ ବର୍ଷର ପୁଅ ବାଦଲ ସନ୍ଧ୍ୟା ସମୟରେ ଘରେ ଥିଲେ। ଜନକ ଏବଂ ତାଙ୍କ ଭଉଣୀ ଜ୍ବାଇଁ ସାନୁ ପନକା ଘର ଠାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂରରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଡଙ୍ଗରିଗୁଡା ଗ୍ରାମ ଠାରୁ ଅଧ କିଲୋମିଟର ଦୂରରେ ଥିବା କାଜୁ ବଗିଚା ନିକଟରେ ତିନି ଜଣ ପରିବାର ରହୁଛନ୍ତି। ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ରୋଷେଇ କରିବା ସମୟରେ ଘରେ କେହି ନଥିବାର ସୁଯୋଗ ପାଇ ଜଣେ ଦୁର୍ବୃତ୍ତ ଘର ବାରି ପଟୁ ଆସି ଶୋଇ ଥିବା ପାଞ୍ଚ ବର୍ଷର ଶିଶୁ ପୁତ୍ର ବାଦଲକୁ ଉଠାଇ ନେଇ ଯାଇଥିଲା। ବାଦଲଙ୍କ ମା ଚଞ୍ଚଳା ପୁଅକୁ ଉଠାଇ ନେଉଥିବା ଦେଖି ପାଟି କରି ହାହାରକୁ ଦୌଡ଼ି ଆସିବା ବେଳେ ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ଇଟା ସାହାଯ୍ୟରେ ଚଞ୍ଚଳାର ମୁଣ୍ଡକୁ ମାରିବା ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଚଞ୍ଚଳା ଲୁଇଁ ପଡିବା ଯୋଗୁଁ ଅଣ୍ଟାରେ ଆଘାତ ହୋଇଥିଲା। ଠିକ ସେହି ସମୟରେ ହିଁ ଜନକ ଏବଂ ତାଙ୍କ ଜ୍ବାଇଁ ଘରେ ପହଞ୍ଚି ଥିଲେ।

ସେହିପରି ଚଞ୍ଚଳାର ଚିତ୍କାର ଶୁଣି ଲୋକ ରୁଣ୍ଡ ହୋଇ ଗ୍ରାମବାସୀ ଏବଂ ପରିବାର ଲୋକ ପିଲା ଚୋରମାନଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ।ପିଲା ଚୋରମାନେ ଘରୁ ଦୁଇ ଶହ ମିଟର ଦୂରରେ ଥିବା ବାଲି ଗଦାରେ ବଦଳକୁ ଫପାଡି କାଜୁ ବଗିଚା ଭିତର ଦେଇ କେଉଁ ଆଡେ ଚମ୍ପଟ ମାରିଥିଲେ। ପରେ ପରିବାର ଲୋକ ବାଦଲକୁ ଘରେ ନେବା ସହ ଚଞ୍ଚଳାର ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ଘଟଣା ନେଇ ଆଜି ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରାଯିବ ବୋଲି ଜନକ ରାମ ସୁନାନୀ ସୂଚନା ଦେଇଛନ୍ତି।ଖବର ପ୍ରସାର ହେବା ପରେ ଡଙ୍ଗରିଗୁଡା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe