ବାଇକକୁ ଧକ୍କା ଦେଲା ଟ୍ରକ୍‌: ୫ ବର୍ଷର ଶିଶୁ ମୃତ, ବାପା ଓ ଜେଜେ ମା’ ଗୁରୁତର

ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ସନ୍ଦେହ

PNGkit

ନୂଆପଡ଼ା: ନୂଆପଡ଼ା ଥାନା ଧାମନପୁରୀ ଗାଁ ନିକଟ ଜାତୀୟ ରାଜପଥ ୩୫୩ ଉପରେ ବାଇକ୍‌କୁ ଏକ ଟ୍ରକ ଧକ୍କା ଦେଇଛି। ଏଥିରେ ଏକ ୫ ବର୍ଷର ଶିଶୁପୁତ୍ରର ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ଶିଶୁର ବାପା କାହ୍ନୁଲାଲ ସାହୁ (୩୫)ଓ ଜେଜେ ମା’ ରାମଶିଳା ସାହୁ (୬୫) ଗୁରୁତର ଆହି ହୋଇଛନ୍ତି।

ବୁଧବାର ମଧ୍ୟାହ୍ନରେ କାଣ୍ଡେତରା ଗାଁର କାହ୍ନୁଲାଲ ଓ ପୁଅ ହିତେଶ କୌଣସି କାମରେ ଖରିଆର୍‌ ରୋଡ୍‌କୁ ଯାଇଥିଲେ। ସେଠାରୁ କାହ୍ନୁଲାଲ ତାଙ୍କ ଭାଇଙ୍କ ଶାଶୂ ରାମଶିଳାଙ୍କୁ ଧରି ଏକ ବାଇକ (ଓଡି-୨୬ ସି- ୯୪୪୯)ରେ ନିଜ ଗାଁକୁ ଫେରୁଥିଲେ। ଜାତୀୟ ରାଜପଥ ୩୫୩ ଧାମନପୁରୀ ଗାଁ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ (ସିଜି ୦୪ ଏନ୍‌ଏମ୍‌ ୨୯୮୮) ଦ୍ରୁତଗତିରେ ଆସି ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇ ଫେରାର୍‌ ହୋଇ ଯାଇଥିଲା। ଏଥିରେ ବାଇକରେ ଥିବା ୩ ଜଣ ଛିଟିକି ପଡ଼ିଥିଲେ। ତେବେ ଶିଶୁ ହିତେଶ ଟ୍ରକ ଚକ ତଳେ ଚାପି ହୋଇଯାଇଥିଲା। ଖବର ପାଇ ନୂଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଙ୍କ ମୃତଦେହକୁ ଜବତ କରିବା ସହ କାହ୍ନୁଲାଲ ଓ ରାମଶିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe