News18
କୋରାପୁଟ: ସଦରଥାନା ଅନ୍ତର୍ଗତ ଜରଟି ଗାଁରେ ଘଟିଛି ଅଭାବନୀୟ ଘଟଣା। ଜରଟି ନିକଟ କୋଟା ଗ୍ରାମର ଜଣେ ୫ବର୍ଷ ଶିଶୁକୁ ରବିବାରଦିନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ଗାଁର ସୁନୀଲ ପରଜା(୩୨)ଙ୍କୁ ଗତକାଲି ଗିରଫ କରାଯାଇଥିବାବେଳେ ଆଜି ସିନ ରିକ୍ରିଏସନ କରାଯାଇଥିବା ଜଣାପଡିଛି।
ହତ୍ୟାର କାରଣ ନେଇ ଅସଷ୍ଟ ରହିଥିବାବେଳେ ଗୁଣିଗାରେଡି ରହିଥିବା ପ୍ରାଥମିକ ତଦନ୍ତରୁ ଜଣପାଡିଛି। ମିଳିଥିବା ସୁଚନା ମୁତାବକ ସୁନୀଲ ନାମକ ଗିରଫ ହୋଇଥିବା ଯୁବକ ଜଣକ ବିବାହର ନିସନ୍ତାନ ରହିଥିଲେ। ସନ୍ତାନ ପାଇ ଜଣେ ଦିଶାରିଙ୍କ ନିକଟକୁ ଯାଇ ପରାମର୍ଶ ନେଇଥିଲା। ବାବା ଜଣକ ପୂଜା ପାଠ କଲେ ସନ୍ତାନ ହେବ ବୋଲି କୁଆଡେ କହିଥିଲେ । ପୂଜାପାଠ ପାଇଁ ୩ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସେ କାଳେ କହିଥିଲେ । ହାତରେ ଟଙ୍କା ନଥିବାବେଳେ ସନ୍ତାନ ପାଇଁ ପୂଜା କରିବା ଚିନ୍ତା ଘାରିଥିଲା। ଗାଁର ନାବାଳକ ଜଣକ ସୁନା ଅଳଙ୍କାର ପିନ୍ଧି ଥିବାରୁ ସୁନା ପାଇଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଅପରପକ୍ଷେ ଗୁଣି ପାଇଁ ମଧ୍ୟ ହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ରବିବାର ଦିନ ନାବାଳିକାକୁ ହତ୍ୟା କରି ଏକ ଅଖାବସ୍ତା ଭରି ନଦୀରେ ଫୋପାଡି ଦେଇଥିଲା ସୁନୀଲ । ଗାଁ ଲୋକ ନଦୀରେ ଶବ ପଡିଥିବା ଚିହ୍ନଟ କରିବାପରେ ପୋଲିସକୁ ଖବର ଦେଇଥିଲେ। ପିଲାଟି ଗାଁରୁ ନିକଟରେ ଥିବା ଜରଟି ଷ୍ଟେସନକୁ ଯାଇଥିଲା।ଜରଟିରୁ ଫେରିବାବେଳେ ଏକଲା ଦେଖି ହତ୍ୟାକାରୀ ହତ୍ୟା କରାଯାଇଥିବା ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆଜି ଘଟଣାସ୍ଥଳକୁ ସୁନୀଲକୁ ନେଇ ସିନ ରିକ୍ରିଏସନ କରାଯାଇ ଥିବାବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ ଜାରି ରହିଛି।
Follow Us