୫ ବର୍ଷର ପ୍ରେମ ସାକାର ହେଲା; ଘରୁ ପଳାଇ ଥାନାରେ ବିବାହ କଲେ ପ୍ରେମିକ-ପ୍ରେମିକା

Advertisment
୫ ବର୍ଷର ପ୍ରେମ ସାକାର ହେଲା; ଘରୁ ପଳାଇ ଥାନାରେ ବିବାହ କଲେ ପ୍ରେମିକ-ପ୍ରେମିକା

ବୀରମହାରାଜପୁର: ପ୍ରେମ ମାନେନାହିଁ ଆୟତ୍ତ କି ଆକଟ। ପରିବାରର ଆକଟ ସତ୍ତ୍ବେ ଥାନାରେ ହାତକୁ ଦି ହାତ ହୋଇଛନ୍ତି ପ୍ରେମୀ ଯୁଗଳ। ପ୍ରେମିକାର ମଥାରେ ସିନ୍ଦୁର ଭରିଦେଇ ଜୀବନ ସାଥୀ କରିବାକୁ ପ୍ରତିଜ୍ଞା ନେଇଛନ୍ତି ପ୍ରେମିକ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ପରିସରରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟ ବର ଓ କନ୍ୟା ହାତରେ ବରମାଳା ଜଣେ ଅନ୍ୟଙ୍କୁ ପିନ୍ଧାଉଛନ୍ତି।

publive-image

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ପରିସରରେ ବେଦୀ ନାହିଁ କି ହୋମ କୁଣ୍ଡ ନାହିଁ। ହେଲେ ମିଳନ ହେଉଛି ଦୁଇଟି ମନର। ଉପଖଣ୍ଡ ପୁଲିସ ଅଧିକାରୀ ଡୋଲାମଣି ଭୋଇ, ଥାନାଧିକାରୀ ପଦ୍ମାସିନି ମେହେର ଉପସ୍ଥିତରେ ଗୌଡଗାଡ ଗାଁର ଶୁଶୀଳ ସାହୁ ସହିତ ମୁର୍ଷୁଣ୍ଢି ଗାଁର ଲିପସା ସାହୁ ବାହା ହୋଇଥିବା ଜଣାଯାଇଛି। ଦୀର୍ଘ ୫ ବର୍ଷ ଧରି ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ତେବେ ଗତ କିଛି ଦିନ ତଳେ ଝିଅ ଘର ଲୋକେ ଝିଅକୁ ଅନ୍ୟତ୍ର ବାହାଦେବା ପାଇଁ ନିର୍ବନ୍ଧ କରିଥିଲେ। ଝିଅ ଏନେଇ ସବୁକଥା ନିଜ ପ୍ରେମିକକୁ କହିଥିଲେ। ତେବେ ପରିବାର ଲୋକଙ୍କୁ ବାହା ହେବା ପାଇଁ ବାରଣ କରିଥିଲେ ହେଁ ସେମାନେ ଝିଅର କୌଣସି କଥା ଶୁଣି ନଥିଲେ। ପରେ ଶୁଶୀଳ ଗତ ଦୁଇ ଦିନ ତଳେ ଲିପ୍‌ସାକୁ ଧରି ଫେରାର ମାରିଥିଲେ। ଆଜି ଉଭୟେ ଥାନାକୁ ଆସି ପୁଲିସ ଓ ଉଭୟଙ୍କ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ବାହା ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe