+୨ ପରୀକ୍ଷା କେନ୍ଦ୍ର ଫିକ୍ସଙ୍ଗ ଅଭିଯୋଗ

Advertisment
ଅଗଷ୍ଟ ୨୧ ସୁଦ୍ଧା ଯୁକ୍ତ୨ ବିଜ୍ଞାନ ରେଜଲ୍ଟ

newstm

ଭୁବନେଶ୍ୱର : +୨ ଥିଓରି ପରୀକ୍ଷାକୁ ଆଉ ଗୋଟେ ମାସରୁ କମ୍‌ ସମୟ ବାକି ଅଛି। ଏଭଳି ସମୟରେ ଲାଞ୍ଚ ନେଇ ପରୀକ୍ଷା କେନ୍ଦ୍ର ବଦଳା ଯାଉଥିବା ଅଭିଯୋଗ ହୋଇଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଏଭଳି କରୁଥିବା +୨ ପରୀକ୍ଷା କମିଟିର ସଦସ୍ୟମାନେ ଗୁରୁତର ଅଭିଯୋଗ କରିଛନ୍ତି। ବିଧାୟକ ତଥା କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି ଅଭିଯୋଗ କରିଛନ୍ତି ଯେ କିଛି ଅସାଧୁ କର୍ମଚାରୀ ଲାଞ୍ଚ ନେଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି। କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକାକୁ ବେଖାତିର କରି ଆଉ ଏକ ତାଲିକା ପ୍ରକାଶ କରାଯାଇଛି। ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ। ଯେଉଁ କଲେଜଗୁଡ଼ିକରେ ଗତବର୍ଷ କୌଣସି କପି ହୋଇନାହିଁ କି ପରୀକ୍ଷା କେନ୍ଦ୍ର ବାତିଲ ହୋଇନାହିଁ, ସେଠାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା। ତାହାକୁ ବଦଳା ଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏମିତିକି ଉଭୟ ବିଧାୟକ ତଥା ସଦସ୍ୟ କମିଟିର ଅନ୍ତରୀଣ ବୈଠକରୁ ଅଧାରୁ ଉଠି ଚାଲି ଯାଇଥିଲେ।

ଅନ୍ୟ ପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସେମିତି କିଛି ହୋଇନି। ପରୀକ୍ଷା ପରିଚାଳନା ଏକ ଆଭ୍ୟନ୍ତରୀଣ ବ୍ୟାପାର। ସର୍ବ ସମ୍ମୁଖରେ କହିବା ଠିକ୍‌ ହେବନି। ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ କେତେଜଣ ସଦସ୍ୟ ଏକ ନିର୍ଦ୍ଦିଷ୍ଟ କଲେଜରେ ପରୀକ୍ଷା କେନ୍ଦ୍ର କରିବାକୁ ଦାବି କରିଥିଲେ। ପରିଷଦ ପକ୍ଷରୁ ଏହାକୁ ଗ୍ରହଣ କରାଯାଇ ନ ଥିଲା। ଉକ୍ତ କଲେଜ ବିରୋଧରେ ଅନେକ ଅଭିଯୋଗ ଆସିଛି। ଉକ୍ତ ଅଭିଯୋଗଗୁଡ଼ିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠା ଯାଇଥିବା ବୈଠକରେ କୁହାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି କମିଟିର କିଛି ସଦସ୍ୟ ବୈଠକରୁ ଉଠି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe