ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ରେ ଟେଣ୍ଡର ଫିକ୍ସିଂ: ୩ ଅଧିକାରୀଙ୍କୁ ଦାୟୀ କଲେ ଲୋକାୟୁକ୍ତ

Advertisment
ଆର୍‌ଡବ୍ଲୁଏସ୍‌ଏସ୍‌ ଟେଣ୍ଡର ଫିକ୍ସିଂ ମାମଲା: ଆଜି ୩ଜଣ ଲୋକାୟୁକ୍ତରେ ହାଜର ହେବେ

Telegraph India

ଯାଜପୁର : ଆରଡବ୍ଲୁଏସ୍‌ଏସ୍‌ର ଯାଜପୁର ଡିଭିଜନ୍ ଟେଣ୍ଡର ଫିକ୍ସିଂ କାରବାର ଲୋକାୟୁକ୍ତଙ୍କ ତଦନ୍ତରେ ଧରାପଡ଼ିଛି। ଟେଣ୍ଡର ଫିକ୍ସିଂ ପାଇଁ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ପରିଜା, ସହକାରୀ ନିର୍ବାହୀ ଯନ୍ତ୍ରୀ(ଏଷ୍ଟିମେଟର) ସଂଯୁକ୍ତା ସାଓ, ପୂର୍ବତନ ଆକାଉଣ୍ଟ୍‌ସ ଅଧିକାରୀ ଲାଲକୃଷ୍ଣ ବସ୍ତିଆଙ୍କୁ ଲୋକାୟୁକ୍ତ ଦାୟୀ କରିଛନ୍ତି। ଆଜି ଲୋକୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ, ସଦସ୍ୟ ପୂର୍ବତନ ପିସିସିଏଫ ଦେବବ୍ରତ୍ତ ସ୍ବାଇଁ ଓ ଅନ୍ୟତମ ସଦସ୍ୟ ପୂର୍ବତନ ପୁଲିସ ଡିଜି ଡକ୍ଟର ରାଜେନ୍ଦ୍ର ଶର୍ମା ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଧର୍ମଶାଳା ବ୍ଲକ୍ କମାଗଡ଼ ପଞ୍ଚାୟତର ଗେଙ୍ଗୁଟିଆରେ ଡିଏମ୍‌ଏଫ୍‌ରୁ ୭୭ଲକ୍ଷ ୫୭ହଜାର ବ୍ୟୟ ଅଟକଳରେ ପାନୀୟଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ୨୦୧୯ଏପ୍ରିଲରେ ଶେଷ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ମୋଟ ୫୨ଲକ୍ଷ ୫୭ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ ପକ୍ଷରୁ ଆରଟିଆଇ ତଥ୍ୟରେ ଦର୍ଶାଯାଇଥିଲା। ମାତ୍ର ପ୍ରକୃତରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇନଥିଲା। ଲୋକମାନେ ଖରାଦିନରେ ପାଣି ପାଇଁ ନାହିଁ ନଥିବା କଷ୍ଟ ଭୋଗିଥିଲେ। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ସହିତ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe