ରାଜ୍ୟ ମାନିବ କି ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନ୍‌, ଏହି ସ୍ୱାଧୀନତା ଦିବସରେ କରିବ କି ପ୍ଲାଷ୍ଟିକ୍‌ ବଦଳରେ କାଗଜ ପତାକା ବ୍ୟବହାର?

Advertisment
ହର ଘର ତିରଙ୍ଗା ଅଭିଯାନ : ଆସନ୍ତା ୧୫ ତାରିଖ ଯାଏଁ ଛୁଟିଦିନ ସହିତ ସବୁଦିନ ଖୋଲା ରହିବ ଡାକଘର

ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ରୋକ ଲଗାଇବେ ସରକାର। ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ। ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ସେନେଇ କୌଣସି ସୂଚନା ବର୍ତ୍ତମାନ ସମୟରେ ମିଳିପାରିନାହିଁ। ତିନି ଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲକୁ ସ୍ୱାଧୀନତା ଦିବସରେ ପ୍ଲାଷ୍ଟିକ ପତାକା ନଉଡ଼ାଇବା ପାଇଁ ଏକ ଚିଠି ଲେଖିଥିଲା। ତେବେ ଏହା ପରେ ଓଡ଼ିଶାରେ ପ୍ଲାଷ୍ଟିକ ପତାକା ଉଡ଼ିବ କି ନାହିଁ ତାହା ଜଣାପଡିନାହିଁ। କାରଣ ଅନେକ ଦୋକାନରେ ଏବେ ବି ପ୍ଲାଷ୍ଟିକ ପତାତା ଉଡୁଥିବା ଦେଖାଯାଉଛି।

publive-image

ଜାତୀୟ ସ୍ତରର ଏକ ରିପୋର୍ଟ ଅନୁସାରେ ଭାରତରେ ସର୍ବାଧିକ ପ୍ଲାଷ୍ଟିକ ପତାକା ବିକ୍ରି ହେଉଛି। ତେଣୁ ଚଳିତ ଥର ମଧ୍ୟ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିପାରେ। ଯଦି ଏପରି ହୁଏ ତେବେ ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନର ଅବମାନନା ହୋଇପାରେ। ୨୦୧୫ରେ ଦେଶରେ ପ୍ଲାଷ୍ଟିକ ପତାକା ବିକ୍ରି କରାଯିବା ଉପରେ କଟକଣା ଲଗାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମ କି କୌଣସି ରାଜ୍ୟ ମାନି ନଥିବା ଦେଖାଦେଇଛି। ତେଣୁ କେନ୍ଦ୍ର ସରକାର ପୁଣି ଥରେ ଏହା ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଥିବା ଜଣାପଡିଛି। ତେବେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କାଗଜ ପତାକା ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ରାଜ୍ୟରେ ଏହାକୁ ବ୍ୟାନ କରାଯିବ କି ନାହିଁ ସେନେଇ ସରକାର କୌଣସି ସୂଚନା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe