ଘୁମୁସର ଉଦୟଗିରିରେ ପୁଲିସର ଫ୍ଲାଗମାର୍ଚ୍ଚ: ସାରା ସହର ବୁଲି ନିଜ ଉପସ୍ଥିତି ଜାହିର କଲା

ଘୁମୁସର ଉଦୟଗିରିରେ ପୁଲିସର ଫ୍ଲାଗମାର୍ଚ୍ଚ: ସାରା ସହର ବୁଲି ନିଜ ଉପସ୍ଥିତି ଜାହିର କଲା

ଘୁ.ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ଘୋଷଣା ପରେ ସ୍ଥାନୀୟ କନ୍ଧମାଳ ଜିଲ୍ଲା ପୁଲିସ ତତ୍ପର ହୋଇଉଠିଛି। ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ତା ପୂର୍ବରୁ ପ୍ରାକ ପ୍ରସ୍ତୁତି ପୂର୍ବକ ସାଧାରଣ ଜନତାଙ୍କୁ ଜଣେଇବାକୁ ଆଜି ସ୍ଥାନୀୟ ସହରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି। କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଜୀବନି, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କିଭଳି ହେବ ତା ପାଇଁ ସ୍ଥାନୀୟ ପୁଲିସ ଅଣ୍ଟା ଭିଡ଼ିଛି।

publive-image

ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶିଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଥାନା ଅଧିକାରୀ ଭଗବାନ ପୂଜାରୀ, ଏସଆଇ ଅନନ୍ତ କୁମାର ପ୍ରଧାନ, ସିଏଚ କାମରାଜୁ ରେଡ୍ଡି, ମହିଳା ଏସଆଇ ରଞ୍ଜିତା ବେହେରା, ଏଏସଆଇ ବୁଲୁ ବେହେରା, ରବୀନ୍ଦ୍ର ସେଠୀଙ୍କ ସମେତ  ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆଇଆରବିର ଏକ ପ୍ଲାଟୁନ ଏବଂ ଏସ୍‌ଏଫ୍‌ର ଏକ ସେକ୍ସନ ପୁଲିସ ଫୋର୍ସ ଯବାନମାନେ ଥାନାରୁ ବାହାରି ଗାନ୍ଧୀ ଛକ, ଚକରା ବିଷୋୟୀ ଛକ, ଭେଟନାରୀ ରୋଡ଼ ଦେଇ ପୋଷ୍ଟ ଅଫିସ ଛକ, ନୂଆସାହି, ସାରକୁଲାର ରୋଡ଼, ଟେଲିଫୋନ ଭବନ, ବରାଳିନୀ ମାର୍କେଟ ଲକ୍ଷ୍ମୀ ବଜାର ସହ ସାରା ସହର ପରିକ୍ରମା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe