ଭୁବନେଶ୍ବରରୁ ବିମାନ ବାତିଲ

ଭୁବନେଶ୍ବରରୁ ବିମାନ ବାତିଲ

News Nation

ଝାରସୁଗୁଡ଼ା : ଭୁବନେଶ୍ବରରୁ ଝାରସୁଗୁଡ଼ା ଆସୁଥିବା ଏଲାୟନ୍ସ ଏୟାର ବିମାନ ଗତ କାଲି ପାଗ ଖରାପ ଯୋଗୁଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ନପାରି ଭୁବନେଶ୍ବର ଫେରି ଯାଇଥିଲା। ଆଜି ଭୁବନେଶ୍ବରୁ ହିଁ ଉକ୍ତ ବିମାନକୁ ବାତିଲ କରାଯାଇଛି। ତେବେ ସକାଳ ଅପେକ୍ଷା ସନ୍ଧ୍ୟାରେ ପାଗ ବେଶି ଖରାପ ଥିବା ବେଳେ ପ୍ରବଳ ବର୍ଷା ଓ କୋହଲା ପାଗ ସତ୍ତ୍ବେ ରାୟପୁର, ହାଇଦ୍ରାବାଦ ଓ କୋଲକାତା ବିମାନ ଅବତରଣ ଓ ଉଡ଼ାଣ କରିଥିବା ଜଣାଯାଇଛି। ଖରାପ ପାଗ ବିମାନ ଅବତରଣରେ ବାଧକ ହେଉଥିବାରୁ ବାରମ୍ବାର ଝାରସୁଗୁଡ଼ାଠାରେ ବିମାନ ବାତିଲ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe