ଅଗଷ୍ଟ ୩୧ରୁ ଉତକେଲାରୁ ବିମାନ ଚଳାଚଳ ଆରମ୍ଭ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଅଗଷ୍ଟ ୩୧ରୁ ଉତକେଲାରୁ ବିମାନ ଚଳାଚଳ ଆରମ୍ଭ: ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

Times Now

ଭୁବନେଶ୍ବର/ଉତ୍କେଲା: ଆଗାମୀ ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲାର ଉତକେଲା ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଉତକେଲା ବିମାନ ବନ୍ଦରରୁ ପ୍ରଥମ ବିମାନ ପୂର୍ବାହ୍ନ ୧୦ଟା ୩୫ରେ ଭୁବନେଶ୍ବରକୁ ଯାତ୍ରା କରିବ। ଏହାକୁ ଭର୍ଚୁଆଲରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ଉଦଘାଟନ କରିବେ।

publive-image

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଉଡାନ୍ ଯୋଜନା ଅଧୀନରେ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବିମାନ ବନ୍ଦରଗୁଡିକର ପୁନରୁତ୍ଥାନ କରୁଛନ୍ତି। ଏଥିରେ ଉତକେଲା ଏବଂ ଜୟପୁର ବିମାନବନ୍ଦର ବିକାଶ କରାଯାଉଛି। ଏହି ବାବଦରେ ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉତକେଲା ବିମାନବନ୍ଦର ପାଇଁ ୮.୧୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ତତକାଳୀନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe